Home ଜିଲ୍ଲା ପରିକ୍ରମା ମଞ୍ଜୁରୀରୋଡ ବଜାରରେ ୬୬ବର୍ଷର କାଳୀପୂଜା

ମଞ୍ଜୁରୀରୋଡ ବଜାରରେ ୬୬ବର୍ଷର କାଳୀପୂଜା

35

ଭଦ୍ରକ, ୧୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମଞ୍ଜୁରୀରୋଡ ବଜାରରେ ଗତ ୬୬ବର୍ଷ ଧରି ମା’କାଳୀଙ୍କ ପୂଜା କୋଭିଡ କଟକଣା ଅନୁଯାୟୀ ଅନୁଷ୍ଠିତ ହୋଇଛି । ବିଦ୍ୟାଧର ରାଉତ ଜଳଘଟ ଉତ୍ତୋଳନ କରିବା ପରେ ପୂଜକ ରଞ୍ଜନ କୁମାର ପତି ଓ ତ୍ରିଲୋଚନ ପଣ୍ଡା ପୂଜାକାର୍ଯ୍ୟ ତୁଲାଉଛନ୍ତି । ସ୍ଥାନୀୟ ବଜାର କମିଟି ଏହି ପୂଜାକାର୍ଯ୍ୟ ତଦାରଖ କରୁଛି । ସଭାପତି ପୁରେନ୍ଦ୍ର ବେହେରା, ସମ୍ପାଦକ ଅକ୍ଷୟ କୁମାର ଜେନା, ସଦସ୍ୟ ନରେନ୍ଦ୍ର ବିଶ୍ୱାଳ, ସୁବାସ ଚନ୍ଦ୍ର ଦାସ, କରୁଣାକର ସ୍ୱାଇଁ ପ୍ରମୁଖ ପୂଜାକାର୍ଯ୍ୟ ପରିଚାଳନା କରୁଛନ୍ତି । ନାଆମୀରେ ମାର୍କଣ୍ଡେୟ ଖଡ଼ିରତ୍ନଙ୍କ ଦ୍ୱାରା ପ୍ରତିଷ୍ଠିତ ଦକ୍ଷିଣେଶ୍ୱର କାଳୀ ମନ୍ଦିରରେ ଯଥାରିତୀ ମା’କାଳୀଙ୍କ ପୂଜାର୍ଚ୍ଚନା କରାଯାଇଛି । ବିରଜା ପଞ୍ଜିକାର ଅନ୍ୟତମ ଗଣକ ଭାସ୍କରଚନ୍ଦ୍ର ଖଡ଼ିରତ୍ନ, ଶ୍ରୀବତ୍ସ ଖଡ଼ିରତ୍ନ ଓ ଶ୍ରୀକାନ୍ତ ଖଡ଼ିରତ୍ନଙ୍କ ସହ ଗ୍ରାମବାସୀମାନେ ପୂଜା ପାଳନରେ ସହଯୋଗ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.