Home ଜିଲ୍ଲା ପରିକ୍ରମା ଘୂର୍ଣ୍ଣି ଝଡ଼ରେ ଉଡ଼ିଲା ଛପର ଭାଙ୍ଗିଲା ଗଛ

ଘୂର୍ଣ୍ଣି ଝଡ଼ରେ ଉଡ଼ିଲା ଛପର ଭାଙ୍ଗିଲା ଗଛ

240

ବାହାନଗା୨୨ା୬(ଭାରତୀ ଦାସ / ଓଡ଼ିଆପୁଅ) : ବାଲେଶ୍ୱର ଜିଲଲ୍ଲା ବାହାନଗା ବ୍ଳକ ଓଡ଼ଶାଳ ପଞ୍ଚାୟତରେ ଘୂର୍ଣ୍ଣିଝଡ଼ ପ୍ରଭାବରେ ୭ଟି ଘର ଭାଙ୍ଗିବା ସହ ବଡ଼ବଡ଼ ଗଛ ଉପୁଡ଼ି ପଡ଼ିଥିବାର ଜଣାପଡ଼ିଛି । ସୂଚନା ଅନୁସାରେ ସୋମବାର ଅପରାହ୍ନରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଓଡ଼ଶାଳ ପଞ୍ଚାୟତର ୭ନଂ ୱାର୍ଡ଼ରେ ତାଣ୍ଡବ ରଚିଥିଲା । ଫଳରେ ଗ୍ରାମର ଅଭୟ ସାମଲ, ଅନନ୍ତ ପ୍ରସାଦ ବାରିକ, କରୁଣାକର ବେହେରା, ରଜନୀ ମହାଳିକ, ଅନିରୁଦ୍ଧ ମହାଳିକ, ରମାକାନ୍ତ ମହାଳିକ, ମୁରଲୀ ବିଶ୍ୱାଳଙ୍କର ଘର ଛପର ଉଡ଼ିବା ସହ ବହୁ ଗଛ ଭାଙ୍ଗିବା ସହ ଉପୁଡ଼ି ପଡ଼ିଥିବାର ଜଣାପଡ଼ିଛି । କେହି କିଛି ଜାଣି ନଥିବା ବେଳେ ହଠାତ ଏଭଳି ଘଊର୍ଣ୍ଣି ଝଡ଼ ଦେଖି ଗ୍ରାମବାସୀ ଅତଙ୍କିତ ହୋଇ ଧାଁ ଧପଡ଼ କରିବା ସହ କେଳାହଳରେ ଗ୍ରାମ କମ୍ପି ଉଠି ଭୟର ବାତାବରଣ ସୃଷ୍ଟି ହୋଇ ଥିଲା । ଭାଙ୍ଗିଥିବା ଘର ଗୁଡ଼ିକ ଗରିବ ପରିବାର ହୋଇ ଥିବାରୁ ତାଙ୍କୁ ସରକାରୀ ସହାୟତା ପାଇଁ ଗ୍ରାମବାସୀ ଦାବୀ କରିଥିବାର ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.