Home ଓଡ଼ିଶା ସହିଦ ଯବାନଙ୍କୁ ଯୋଡା ବାସୀଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ

ସହିଦ ଯବାନଙ୍କୁ ଯୋଡା ବାସୀଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ

157

ଯୋଡା, ୨୨- ୬ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ସୋମବାର ସନ୍ଧ୍ୟା ୭ ଘଟିକା ସମୟରେ ଯୋଡା ଜନସାଧାରଣଙ୍କ ପକ୍ଷରୁ ଲଦାଖର ଗଲୱାନ ଠାରେ ଚୀନ ସେନାର ଆକ୍ରମଣରେ ସହୀଦ ହୋଇଥିବା ୨୦ ଜଣ ଭାରତୀୟ ଯବାନଙ୍କ ନିମନ୍ତେ ବସ୍ ଷ୍ଟାଣ୍ଡରେ ଥିବା ଗୋପବନ୍ଧୁ ମୃତ୍ତି ନିକଟରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଯୋଡା ଅଞ୍ଚଳର କେତେ ଜଣ ସଚେତନ ନାଗରିକ ଉତ୍କଳମଣୀ ଗୋପବନ୍ଧୁଙ୍କ ମୂର୍ତ୍ତି ନିକଟରେ ଏକତ୍ରିତ ହୋଇ ଏହି ସହିଦମାନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଦିପ ପ୍ରଜ୍ଜଳନ କରି ସେମାନଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହ ସେମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଏହି ଶ୍ରଦ୍ଧାଞ୍ଜଳୀ ପର୍ବରେ ବିର ଯବାନ ଅମର ରହେ, ଭାରତ ମାତା କି ଜୟ, ଚାଇନା ମୁର୍ଦାବାଦର ସ୍ଲୋଗାନମାନ ଦିଆଯାଇଥିଲା । ଚାଇନା ତିଆରି ଜିନିଷ ବର୍ଜନ କରିବା ପାଇଁ ଉପସ୍ଥିତ ନାଗରିକମାନେ ଜନସାଧାରଣଙ୍କୁ ନିବେଦନ କରିବା ସହ ନିଜେ ବର୍ଜନ କରିବାକୁ ଶପଥ ନେଇଥିଲେ । ଏଥିରେ ଚର୍ଚ୍ଚିଲ ମହାକୁଡ, ପିଣ୍ଟୁ ସିଂ, ଆନନ୍ଦ ବାରିକ, ଡଃ ଫକୀର ନାଏକ, ଚନ୍ଦନ ଗୁପ୍ତା, ଦିପ୍ତିରଞ୍ଜନ ବେହେରା, ଉପମା ନାଏକ ପ୍ରମୁଖ ଉପସ୍ଥିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.