Home ଓଡ଼ିଶା ସାତକୋଶିଆ ଘାଟିରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ, ୧ମୃତ ୨ଗୁରୁତର

ସାତକୋଶିଆ ଘାଟିରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ, ୧ମୃତ ୨ଗୁରୁତର

687

ବଡ଼ବିଲ, ତା ୧୮ ମେ (ଓଡ଼ିଆ ପୁଅ/ସୀତାରାମ ଦିଖିତ) ଆନନ୍ଦପୁର ନିକଟସ୍ଥ ମୟୁରଭଞ୍ଜ ଜିଲ୍ଲା ସାତକୋଶିଆ ଘାଟିରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ଜଣେ ମୃତ ଦୁଇ ଜଣ ଗୁରୁତର ହୋଇଛନ୍ତି। ଖବର ଅନୁଯାୟୀ ଆଜି ଏକ ବାଇକ୍ ଯୋଗେ ୩ଜଣ ବ୍ୟକ୍ତି ଠାକୁରମୁଣ୍ଡା ଅଭିମୁଖେ ଯାଉଥିବା ସମୟରେ ସାତକୋଶିଆ ଘାଟିରେ ହଠାତ୍ କୌଣସି କାରଣରୁ ଭାରସାମ୍ୟ ହରାଇ ବାଇକଟି ଏକ ସିମେଣ୍ଟ ପିଲରରେ ଧକ୍କା ଦେଇଥିଲା। ଫଳରେ ଏହି ଦୁର୍ଘଟଣାରେ କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ଅନ୍ତର୍ଗତ ଅର୍ଜୁନଚୁଆ ଗ୍ରାମର ଲବ ମୁର୍ମୁ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ୨ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ଘଟଣାସ୍ଥଳରୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ପୂର୍ବରୁ ଲବ ମୁର୍ମୁଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ଘଟଣାର ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକ ଓ ମୃତଦେହକୁ ଜବତ କରିଛି। ଖବର ଲେଖା ହେବା ପର୍ଯ୍ୟନ୍ତ ମୃତକଙ୍କ ପରିବାର ଲୋକ ଆସୁନଥିବାରୁ ମୃତଦେହ ବ୍ୟବଚ୍ଛେଦ ହୋଇପାରିନଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.