Home ଜିଲ୍ଲା ପରିକ୍ରମା ଘର ଭାଙ୍ଗିବାକୁ ଯାଇ ନିରାଶରେ ଫେରିଲା ପ୍ରଶାସନ

ଘର ଭାଙ୍ଗିବାକୁ ଯାଇ ନିରାଶରେ ଫେରିଲା ପ୍ରଶାସନ

124

ହାଟଡ଼ିହି-୨୭ /୪, (ଓଡିଆପୁଅ / ବିକାଶ ବିଶ୍ୱାଳ) କିସମ ପରିବର୍ତ୍ତନ ନକରି ଘର କରିଥିବା ଯୋଗୁଁ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶମତେ ପ୍ରଶାସନିକ ଅଧିକାରୀମାନେ ଘର ଭାଙ୍ଗିବାକୁ ଯାଇ ଥିବାବେଳେ ଏନେଇ ପୁର୍ବରୁ ନୋଟିସ ଦିଆଯାଇ ନଥିବାରୁ ପ୍ରଶାସନିକ ଅଧିକାରୀମାନେ ଫେରିଆସିଚନ୍ତି । ଆଜି ମାଜିଷ୍ଟେଟ ଦାୟିତ୍ୱରେ ଘସିପୁରା ତହସିଲର ଅତିରିକ୍ତ ତହସିଲଦାର ଦିବାକର ମାଝୀଙ୍କ ସହିତ ହାଟଡିହି ତହସିଲର ରାଜସ୍ୱ ସୁପରଭାଇଜର, ସୋସୋ ରାଜସ୍ୱ ନିରୀକ୍ଷକ ଓ ସୋସୋ ଥାନାର ଅଧିକାରୀ ମାନେ କୋର୍ଟ ନିର୍ଦ୍ଦେଶ ପାଳନ କରିବାକୁ ଜେସିବି ମେସିନି ନେଇ ଏହି ଘର ଭାଙ୍ଗିବାକୁ ଯାଇଥିଲେ । ଘର ମାଲିକ ରୁକ୍ମଣୀ ରାଉତ ଓ ତାଙ୍କ ସମ୍ପର୍କୀୟ ମାନେ ଘର ଉପରେ ବସିରହି ଆତ୍ମାହୁତୀ ଦେବାକୁ ଧମକ ଦେବାସହ ପୁର୍ବରୁ ତାଙ୍କୁ କୌଣସି ସୁଚନା ଦିଆନଯାଇ କିପରି ପ୍ରଶାସନ ଘର ଭାଙ୍ଗିବାକୁ ଆସିଛି ସେନେଇ ପ୍ରଶ୍ନ କରିଥିଲେ । ନୋଟିସ ଦିଆଯାଇ ନଥିବାରୁ ପ୍ରଶାସନିକ ଅଧିକାରୀମାନେ ବାଧ୍ୟହୋଇ ଫେରି ଆସିଥିଲେ । ରୁକ୍ମଣୀଙ୍କ ପକ୍ଷରୁ ହୋଇଥିବା ଅଭିଯୋଗ ଅନୁଯାଇ ହାଟଡିହି ତହସିଲ ଅଧିନସ୍ଥ ସୋସୋ ପଞ୍ଚାୟତ କାନପୁର ଗ୍ରାମର ରୁକ୍ମଣୀ ରାଉତ ଜଣେ ସ୍ୱାମୀ ପରିତ୍ୟକ୍ତା ନିରାଶ୍ରୟ ମହିଳା । ତାଙ୍କର ଘରଦ୍ୱାର ନଥିବାରୁ ସେ ପରଘରେ ଆଶ୍ରୟନେଇ ରହୁଥିଲେ । ତାଙ୍କ ବାପା ତାଙ୍କ ନାମରେ କିଛି ଜମି କବଲା କରିଦେବାପରେ ରୁକ୍ମଣୀ ସରକାରଙ୍କ ଠାରୁ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇ ସେହି ଜମି ଉପରେ ଘର ନିର୍ମାଣ କରିଥିଲେ । କିନ୍ତୁ ଏନେଇ ହାଇକୋର୍ଟରେ ମାମଲା ରୁଜୁହେବାପରେ କିସମ ପରିବର୍ତ୍ତନ ନକରି ଘର କରିଥିବାରୁ ମାନ୍ୟବର ହାଇକୋର୍ଟ ଏହି ଘରକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ପ୍ରଶାସନ କୋର୍ଟ ନିର୍ଦ୍ଦେଶ ପାଳନ କରିବାକୁ ଯାଇ ଏହାକୁ ଉଚ୍ଛେଦ କରିବାକୁ ଚେଷ୍ଟା ଜାରି ରଖିଛି । ରୁକ୍ମଣୀଙ୍କ କହିବାନୁଯାଇ ସେ ଏହି ଜମିର ଘରବାଡି କିସମ ପରିବର୍ତ୍ତନ କରିବାକୁ ବାରମ୍ବାର ତହସିଲରେ ଆବେଦନ କରୁଥିଲେ ମଧ୍ୟ ତହସିଲର କିଛି କର୍ମଚାରୀ ଏଥିରେ ବାଧକ ସାଜି କିସମ ପରିବର୍ତ୍ତନ କରାଇ ଦେଉ ନାହାନ୍ତି । ତାଙ୍କର ଆଉ କୌଣସି ସ୍ଥାନରେ ଜମିଜମା ନଥିବାବେଳେ କେବଳ ଏହି ଜମିଖଣ୍ଡିକ ତାଙ୍କର ନିଜସ୍ୱ ଜମି । ଯଦି ପ୍ରଶାସନ ପକ୍ଷରୁ ତାଙ୍କ ଘରକୁ ଭାଙ୍ଗିଦିଆଯାଏ ତେବେ ସେ କେଉଁଠି ତାଙ୍କ ପରିବାର ଧରି ବସବାସ କରିବେ ସେନେଇ ପ୍ରଶ୍‌ନ କରିଛନ୍ତି । ସରକାର ଗରିବ ନିରାଶ୍ରୟ ମାନଙ୍କୁ ଘରଡିହ ଯୋଗାଇ ଦେଉଥିବାବେଳେ ତାଙ୍କ ପ୍ରତି ଏ ଅବିଚାର କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.