Home ଅପରାଧ ଘର ଭାଗବାଣ୍ଟକୁ ନେଇ ବଡଭାଇର ଟାଙ୍ଗିଆ ଚୋଟରେ ସାନଭାଇ ମୃତ୍

ଘର ଭାଗବାଣ୍ଟକୁ ନେଇ ବଡଭାଇର ଟାଙ୍ଗିଆ ଚୋଟରେ ସାନଭାଇ ମୃତ୍

1227

ହରିଚନ୍ଦନପୁର, ତା ୦୨ ଅକ୍ଟୋବର(ଓଡିଆ ପୁଅ/ପ୍ରେମାନନ୍ଦ ଦାସ)କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ଅନ୍ତର୍ଗତ ରେବଣା(ରାଘପୁର) ସାହିରେ ପାରିବାରିକ କଳହକୁ କେନ୍ଦ୍ର କରି ବଡଭାଇ ନିର୍ମମ ଭାବେ ସାନଭାଇକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି । ଖବର ଅନୁଯାୟୀ ମଙ୍ଗଳବାର ରାତି ପ୍ରାୟ ୯ଘଟିକା ସମୟରେ ବଡଭାଇ ରେପ ମୁର୍ମୁ ତିଆରି କରିଥିବା ନୂଆ ଘର ଭାଗ ନଦେବା ପାଇଁ ସାନଭାଇ କରଣ ମୁର୍ମୁ(୧୭)କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବାର ପରିବାର ଲୋକ ସୂଚନା ଦେଇଛନ୍ତି । ରେପ ସନ୍ଧ୍ୟାରେ ଘରକୁ କୁକୁଡ଼ା ଆଣିଥିଲା, ରୋଷେଇ ପରେ ଖାଇବା ସମୟରେ ଦୁଇଭାଇଙ୍କ ମଧ୍ୟରେ ଘର ଭାଗବାଣ୍ଟକୁ ନେଇ କଳହ ସୃଷ୍ଟି ହୋଇଥିଲା । ବଡଭାଇର ରାଗକୁ ଦେଖି ସାନଭାଇ କରଣ ଜମିରେ ଫସଲ ଜଗିବା ପାଇଁ ଯାଇଥିଲେ । ସାଙ୍ଗରେ ପଡୋଶୀ ରଘୁ ମାରାଣ୍ଡିଙ୍କୁ ନେବା ପାଇଁ ତାଙ୍କ ଘରକୁ ଯାଇଥିଲେ । ରେପ ଟାଙ୍ଗିଆ ଧରି ହତ୍ୟା କରିବା ପାଇଁ କରଣକୁ ଖୋଜି ଖୋଜି ପଡୋଶୀ ରଘୁ ମାରାଣ୍ଡିଙ୍କ ଘରେ ପହଞ୍ଚିଥିଲେ । ସେଠାରେ ସାନଭାଇ କରଣକୁ ଦେଖି ପଛପଟୁ ମୁଣ୍ଡକୁ ଟାଙ୍ଗିଆରେ ଚୋଟ ପକାଇଥିଲେ । ଫଳରେ ଘଟଣାସ୍ଥଳରେ କରଣର ମୃତ୍ୟୁ ଘଟିଥିଲା । କରଣଙ୍କ ମୃତ୍ୟୁ ପରେ ପଡୋଶୀ ଲୋକମାନେ ରେପର ଗୋଡ଼ ହାତ ବାନ୍ଧି ଦୈତାରୀ ଥାନାକୁ ଖବର ଦେଇଥିଲେ । ଖବର ପାଇ ଦୈତାରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଅଭିଯୁକ୍ତକୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି । ଏଥିସହ ଜବତ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ଆନନ୍ଦପୁର ମେଡିକାଲକୁ ପଠାଇଥିବାର ପୋଲିସ ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.