Home ଜିଲ୍ଲା ପରିକ୍ରମା ଘରୋଇ ଜମିରେ ମନରେଗା ରାସ୍ତା ନିର୍ମାଣ, ସୂଚନାଫଳକ ନାହିଁ; ବିଲ୍ ପୈଠ ପାଇଁ ଜେଇଙ୍କ ମାପଚୁପ,...

ଘରୋଇ ଜମିରେ ମନରେଗା ରାସ୍ତା ନିର୍ମାଣ, ସୂଚନାଫଳକ ନାହିଁ; ବିଲ୍ ପୈଠ ପାଇଁ ଜେଇଙ୍କ ମାପଚୁପ, ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ତହସିଲଦାରଙ୍କ ଅନୁଧ୍ୟାନ

59

ଭଦ୍ରକ, ୨୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ଷୋଳମପୁର ପଞ୍ଚାୟତ ପକ୍ଷରୁ ମନରେଗା ଯୋଜନା ରାସ୍ତା ନିର୍ମାଣ ବେଆଇନ ଭାବେ ଘରୋଇ ଜମିରେ ହୋଇଥିବା ଅଭିଯୋଗ ହୋଇଛି । ଷୋଳମପୁର ଗ୍ରାମର ଚାଙ୍ଗୁଆ ପଡାସାହିରେ ବିନା ସୂଚନା ଫଳକରେ ନିର୍ମାଣ ହୋଇଥିବା ରାସ୍ତା ଘରୋଇ ଜମିରେ ହୋଇ ବିଲ୍ ପୈଠ ପାଇଁ କନିଷ୍ଠ ଯନ୍ତ୍ରୀ ମନୋଜ ମିଶ୍ର ମାପଚୁପ କରିଥିବା ଅଭିଯୋଗ ଜିଲ୍ଲାପାଳଙ୍କ ନିକଟରେ ହୋଇଛି । ଗତ ସୋମବାର ନୂତନ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର କାର୍ଯ୍ୟରେ ଯୋଗଦେବା ମାତ୍ରେ ଘରୋଇ ଜମି ମାଲିକ ରବିନାରାୟଣ ନାୟକ ଏଥିନେଇ ଲିଖିତ ଅଭିଯୋଗ କରିଥିଲେ । ୨୪ ଘଣ୍ଟା ମଧ୍ୟରେ ରିପୋର୍ଟ ଦେବାକୁ ଜିଲ୍ଲାପାଳ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତଦନୁଯାୟୀ ବିରୋଳି ରାଜସ୍ୱ ନିରୀକ୍ଷକ ମାପଚୁପ କରି ଏହି ରାସ୍ତା ଖାତା ନଂ ୬୦୦ ଓ ପ୍ଲଟ ନଂ ୧୧୨୧ରେ ନିର୍ମାଣ ହୋଇଥିବା ଓ ଅଭିଯୋଗ ସତ୍ୟ ବୋଲି ରିପୋର୍ଟ ଦେବା ପରେ ଜିଲ୍ଲାପାଳଙ୍କୁ ତହସିଲଦାର ଜଣାଇଥିବା ସୂଚନା ମଳିଛି । ମାତ୍ର ଜିଲ୍ଲାପାଳଙ୍କ ତନାଘନାକୁ ଏଡାଇ କନିଷ୍ଠ ଯନ୍ତ୍ରୀ ମନୋଜ ମିଶ୍ର ୧୫% ପିସି ନେଇ ମଙ୍ଗଳବାର ମାପଚୁପ କରି ବିଲ୍ ପୈଠ ପାଇଁ କାଗଜପତ୍ର ଦାଖଲ କରିଥିବା ଅଭିଯୋଗ ହୋଇଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ ଷୋଳମପୁର ପଞ୍ଚାୟତ କୋଡରେ ୨୦୨୨-୨୩ ଆର୍ଥୀକ ବର୍ଷ ପାଇଁ ୨୪୧୭୦୦୩୦୧୨/ଜଉ/୧୦୫୩୧୯୮୨ କୋଡ ଥାଇ ‘ରାସ୍ତା ଉନ୍ନତିକରଣ ଚାଙ୍ଗୁଆ ପୁରାତନ କିର୍ତ୍ତନ ମଣ୍ଡପ ରୁ ବିଲ ଭାୟା ଗଣ୍ଡେଇ ବାଡି’ ପ୍ରକଳ୍ପ ପାଇଁ ୮ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । ଦୁର୍ନୀତିଗ୍ରସ୍ତ ଜି.ଆର.ଏସ. ଓ କନିଷ୍ଠ ଯନ୍ତ୍ରୀ ଏହି ବେଆଇନ କାର୍ଯ୍ୟ ପାଇଁ ପ୍ରଶ୍ରୟ ଦେଇଥିବା ଅଭିଯୋଗରେ ଦର୍ଶାଯାଇଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ମୁତାବକ ଏଥିନେଇ ରିପୋର୍ଟ ପ୍ରଦାନ କରାଯାଇଛି ବୋଲି ତହସିଲଦାର ସରୋଜକାନ୍ତ ନାୟକ ପ୍ରତିକ୍ରିୟା ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.