Home ଓଡ଼ିଶା ଘରୋଇ କଲେଜ ଅଧ୍ୟାପିକା ମମିତା ମେହର ହତ୍ୟାକାଣ୍ଡର ନୀରପେକ୍ଷ ତଦନ୍ତ ପାଇଁ ରାଷ୍ଟ୍ରମନ୍ତ୍ରୀଙ୍କୁ ବରଖାସ୍ତ କର...

ଘରୋଇ କଲେଜ ଅଧ୍ୟାପିକା ମମିତା ମେହର ହତ୍ୟାକାଣ୍ଡର ନୀରପେକ୍ଷ ତଦନ୍ତ ପାଇଁ ରାଷ୍ଟ୍ରମନ୍ତ୍ରୀଙ୍କୁ ବରଖାସ୍ତ କର : ସିପିଆଇ

54

ଭୁବନେଶ୍ୱର, ୨୦/୧୦ (ଓଡ଼ିଆ ପୁଅ) – ଘରୋଇ କଲେଜ ଅଧ୍ୟାପିକା ମମିତା ମେହର ନିଖୋଜ, ଉକ୍ତ ଘରୋଇ କଲେଜର ଅନେକ କେଳେଙ୍କାରୀ, ପରିବାରବର୍ଗଙ୍କ ଇତାଲାକୁ ପୋଲିସ ଗୁରୁତ୍ୱ ନଦେବା, ହତ୍ୟାକାରୀ ସହିତ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଘନିଷ୍ଠତା, ୧୧ଦିନ ପରେ କଲେଜ ପରିସରରେ ୧୦ଫୁଟ ଗଭୀରରୁ ଗଳିତ ଶବ ଉଦ୍ଧାର ଘଟଣାକ୍ରମ ଓଡିଶାର ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକରେ ଚାଲିଥିବା କେଳେଙ୍କାରୀର ଲମ୍ବା ଫର୍ଦ୍ଦ ବଢ଼ାଇ ଚାଲିଥିବାବେଳେ ଏହି ଘଟଣାର ତଦନ୍ତର ନିରପେକ୍ଷତା ପାଇଁ ଗୃହରାଷ୍ଟ୍ରମନ୍ତ୍ରୀ ପଦରୁ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କୁ ଅବିଳମ୍ବେ ବହିସ୍କାର ପାଇଁ ସିପିଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନ୍‌ଗୋ ଦୃଢ଼ଦାବି କରିଛନ୍ତି। ଏହି ହତ୍ୟା ଘଟଣାରେ ଗୋଟିଏ ଘରୋଇ କଲେଜର କେଳେଙ୍କାରୀ ଲୋକଲୋଚନକୁ ଆସିଥିବା ବେଳେ ଅନେକ କଲେଜର କେଳେଙ୍କାରୀକୁ ପ୍ରଭାବଶାଳୀ ରାଜନେତା ଓ ପୋଲିସ ଚପାଇ ଦେଉଛନ୍ତି। ଏହି ପୃଷ୍ଠଭୂମିରେ ନିହତ ଅଧ୍ୟାପିକାଙ୍କ ପରିବାରକୁ ଅନ୍ୟୁନ ଏକ କୋଟି ଟଙ୍କାର କ୍ଷତିପୂରଣ ପ୍ରଦାନ, ତାଙ୍କପରିବାରୁ ଅନ୍ତତଃ ଜଣକୁ ସରକାରୀ ଚାକିରୀ, ହତ୍ୟାକାଣ୍ଡର ରାଜନୈତିକ ପୃଷ୍ଠପୋଷକତା, ଘରୋଇ କଲେଜ ମାନଙ୍କରେ ଚାଲିଥିବା କେଳେଙ୍କାରୀ ଉପରେ ତଦନ୍ତ ସହ ଏହାର ପୁନରାବୃତି ନହେବା ବ୍ୟବସ୍ଥା ପାଇଁ ବିଚାର ବିଭାଗୀୟ ଚଦନ୍ତ ପାଇଁ ପାର୍ଟି ପକ୍ଷରୁ ଦୃଢ଼ ଦାନି କରିବା ସହ ପାର୍ଟି ପକ୍ଷରୁ ଏହି ଦାନିନେଇ ରାଜ୍ୟବ୍ୟାପୀ ଆନ୍ଦୋଳନ ଚଳାଇବା ପାଇଁ ଶ୍ରୀଯୁକ୍ତ କାନୁନ୍‌ଗୋ ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.