Home ଓଡ଼ିଶା କଂଗ୍ରେସ ମମିତା ମେହେରଙ୍କୁ ସମସ୍ତ ଆଇନଗତ ସହାୟତା ସହିତ ନ୍ୟାୟ ପାଇବା ପାଇଁ ପ୍ରତ୍ୟେକ ସ୍ତରରେ...

କଂଗ୍ରେସ ମମିତା ମେହେରଙ୍କୁ ସମସ୍ତ ଆଇନଗତ ସହାୟତା ସହିତ ନ୍ୟାୟ ପାଇବା ପାଇଁ ପ୍ରତ୍ୟେକ ସ୍ତରରେ ଲଢ଼େଇ ଜାରିରଖିବ : ନରସିଂହ

62

ଭୁବନେଶ୍ୱର ୨୦.୧ (ଓଡ଼ିଆ ପୁଅ) – ଆଜି କଂଗ୍ରେସ ବିଧାୟକ ଦଳର ନେତା ଶ୍ରୀ ନରସିଂହ ମିଶ୍ରଙ୍କ ନେତୃତ୍ୱରେ କଂଗ୍ରେସ ନେତୃବୃନ୍ଦ ମୃତା ସନସାଇନ ପ୍ଲବିକ ସ୍କୁଲର ଶିକ୍ଷୟତ୍ରୀ ମମତା ମେହେରଙ୍କ ପରିବାରକୁ ଭେଟିବା ସହିତ ସରଜମିନ୍ ତଦନ୍ତ କଲେ। ଶ୍ରୀ ମିଶ୍ର ମମିତାଙ୍କ ପିତାମାତା ଓ ତାଙ୍କ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଭେଟି ସାନ୍ତ୍ୱନା ଦେବା ସହିତ ତାଙ୍କୁ ସମସ୍ତ ଆଇନ ସହାୟତା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତତ୍ ସହିତ କଂଗ୍ରେସ ସେ ପରିବାର ସହିତ ସେ ଅଂଚଳର ଲୋକଙ୍କ ସହିତ ଏଭଳି ଲୋମଟାଙ୍କୁରା ଏବଂ ଜଘନ୍ୟ ହତ୍ୟା ଘଟଣାକୁ ପ୍ରତ୍ୟେକ ସ୍ତରରେ ଲଢ଼ି ଏହି ଘଟଣାରେ ଯେତେବଡ଼ ବ୍ୟକ୍ତି ଯେଉଁ ପଦପଦବୀରେ ଥାଉନା କାହିଁକି ଦଣ୍ଡ ଦେବା ପାଇଁ ଲଢ଼େଇ କରିବ। ଶ୍ରୀ ମିଶ୍ର କହିଛନ୍ତି ମମିତା ହତ୍ୟା ବର୍ତମାନର ଯୋଜନା ନୁହେଁ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ବହୁଦିନରୁ ଯୋଜନା କରିଥିଲେ ତାଙ୍କୁ ହତ୍ୟା କରିବାପାଇଁ ଏବଂ ସୁଚିନ୍ତିତ ଯୋଜନା କରି ମମିତାଙ୍କୁ ହତ୍ୟା କରିବାରେ ସଫଳ ହେଲେ। ମମିତାଙ୍କ ନୃଶଂସ ହତ୍ୟାରେ ଯଥେଷ୍ଠ ପ୍ରମାଣ ମିଳୁଛି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ନେଇ ତେଣୁ ନୈତିକତା ଦୃଷ୍ଟିରୁ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଇସ୍ତଫା ଦେବା ପାଇଁ ପରାମର୍ଶ ଦେବା ସହିତ ବର୍ତମାନ ମମିତା ମେହେରଙ୍କ ମୃତ୍ୟୁରେ ସଂପୂର୍ଣ୍ଣ ଭାଙ୍ଗିପଡ଼ିଥିବା ତାଙ୍କ ପରିବାରଙ୍କୁ ଆଇନର ସହାୟତ ଦେବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି। ପରିବାର ଲୋକ ଯେଉଁ ସଂସ୍ଥା ଦ୍ୱାରା ତଦନ୍ତ ଚାହୁଁଛନ୍ତି ସରକାର ସେହି ସଂସ୍ଥାଦ୍ୱାର ତଦନ୍ତ କରି ମମିତାର ପରିବାରକୁ ନ୍ୟାୟ ପ୍ରଦାନ କରନ୍ତୁ ବୋଲି ଶ୍ରୀ ମିଶ୍ର କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.