Home କେନ୍ଦୁଝର ସର୍ପାଘାତରେ ୨ବର୍ଷର ଶିଶୁକନ୍ୟା ମୃତ

ସର୍ପାଘାତରେ ୨ବର୍ଷର ଶିଶୁକନ୍ୟା ମୃତ

132

ହାଟଡ଼ିହି, ୧୫ । ୬ : ସୋସୋ ଥାନା ହଦଗଡ ପଞ୍ଚାୟତର ବାଘୁଆସାହିରେ ଆଜି ମଧ୍ୟାହ୍ନରେ ଏକ ବିଷାକ୍ତ ସାପ କାମୁଡାରେ ଜଣେ ଶିଶୁକନ୍ୟାର ମୃ୍‌ୁ୍ୟ ଘଟିଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ଆଜି ମଧ୍ୟାହ୍ନରେ ଗ୍ରାମର ରଥ ବିରୁଆ ତାଙ୍କ ୨ବର୍ଷର ଝିଅ ରାଖି ବିରୁଆକୁ ଧରି ସାଙ୍ଗରେ ଶୋଇଥିଲେ । ଏହି ସମୟରେ ଏକ ବିଶାନ୍ତ ଗୋଖର ସାପ ତାଙ୍କ ଝିଅକୁ କାମୁଡି ଦେଇଥିଲା । ଗୁରୁତର ଅବସ୍ଥାରେ ତାକୁ ଆନନ୍ଦପୁର ଡାକ୍ତରଖାନାକୁ ନେଉôତବାବେଳେ ତାର ମୃତ୍ୟୁ ଘଟିଥିଲା । ଘର ଲୋକମାନେ ସାପଟିକୁ ଏକ ହାଣ୍ଡିରେ ପୁରାଇ ରଖିଛନ୍ତି । ଖବରପାଇ ସୋସୋ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବକୁ ପୋଷ୍ଟମଟମ କରାଇ ତନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.