Home ଓଡ଼ିଶା ଘରୁ ବିଦ୍ୟୁତ ସଂଯୋଗ କାଟିଦେବା ବିରୋଧରେ ଚାଷୀକଲେ ଅଭିନବ ପ୍ରତିବାଦ,ରୋଗୀଣା ବୃଦ୍ଧା ମା ଙ୍କୁ ଠେଲା...

ଘରୁ ବିଦ୍ୟୁତ ସଂଯୋଗ କାଟିଦେବା ବିରୋଧରେ ଚାଷୀକଲେ ଅଭିନବ ପ୍ରତିବାଦ,ରୋଗୀଣା ବୃଦ୍ଧା ମା ଙ୍କୁ ଠେଲା ରିକ୍ସା ରେ ୨୦କିଲୋମିଟର ରାସ୍ତା ଠେଲି ଠେଲି ନେଲେ

77

ମାଲକାନଗିରି,୩୧ା୧୦ (ଓଡିଆ ପୁଅ ) ଟାଟା ପାଓ୍ୟାର କମ୍ପାନୀର ମନମୁଖି କାର୍ଯ୍ୟକୁ ଅଭିନବ ଉପାୟରେ ପ୍ରତିବାଦ ଜଣାଇଛନ୍ତି ଜଣେ ଚାଷୀ, ନିଜର ରୋଗୀଣା ବୃଦ୍ଧା ମାଙ୍କୁ ଏକ ଟ୍ରଲି ରିକ୍ସାରେ ଦୀର୍ଘ୨୦ କିଲୋମିଟର ଦୁର ରାସ୍ତା ଠେଲି ଠେଲି ଜିଲ୍ଲାପାଳ ଙ୍କ ନିକଟକୁ ନେଉଥିବାର ଦେଖିବାକୁ ମିଳିଛି । ମାଲକାନଗିରି ଜିଲ୍ଲା ରେ ଦିନକୁ ଦିନ ଟାଟା ପାଓ୍ୟ।।ର କମ୍ପାନୀର ଦୌରାତ୍ମ ବୃଦ୍ଧିପାଇଚାଲିଛି,ମାଲକାନଗିରି ବ୍ଲକସ୍ଥ ଏମଭି୪୧ ଗ୍ରାମର ଦୀପକ ଦେଓ ନାମକ ଜଣେ ଚାଷି ନିଜର ବିଦ୍ୟୁତ ବିଲ ପଇଠ କରିଥିବା ବେଳେ ଟାଟା ପାଓ୍ୟାର କମ୍ପାନୀ ତାଙ୍କର ବିଦ୍ୟୁତ ଲାଇନ କାଟି ଦେଇଥିଲେ । ଘରେ ୯୫ବର୍ଷର ରୋଗୀଣା ବୃଦ୍ଧା ମା ଶ୍ୱାସ ରୋଗରେ ପିଡିତ ତାଙ୍କୁ ଘଟାଂ ଘଟାଂ ନେବୁଲାଇଜର ସହ ସବୁବେଳେ ଫ୍ୟାନ ଓ କୁଲର ପବନର ଆବଶ୍ୟକ ପଡିଥାଏ । ବିଦ୍ୟୁତ କାଟି ଦେବା ଦ୍ୱାରା ଘର ଅନ୍ଧାର ରେ ରହିବା ସହିତ ଫ୍ୟାନ,କୁଲର ବନ୍ଦ ହୋଇଯିବା ଫଳରେ ବୃଦ୍ଧା ମା ଗରମ ସହ୍ୟା କରିନପାରି ତାଙ୍କର ଦେହ ଅଧିକ ଅସୁସ୍ଥ ହୋଇପଡିଲା । ଆଜି ସକାଳେ ଜିଲ୍ଲାପାଳଙ୍କୁ ତାଙ୍କର ଦୁଃଖ ଜଣାଇବା ପାଇଁ ଶଯ୍ୟାଶାୟୀ ବୃଦ୍ଧା ମା ଙ୍କୁ ଦୀପକ ଏକ ଠେଲା ରିକ୍ସାରେ ୩୨୬ ନମ୍ବର ଜାତୀୟ ରାଜପଥରେ ଠେଲି ଠେଲି ଦୀର୍ଘ୨୦ କିଲୋମିଟର ରାସ୍ତା ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କୁ ନେଇ ଯାଉଥିଲେ । ଏହି ଖବର ଜିଲ୍ଲାପ୍ରଶାସନ ନିକଟରେ ପହଁଚିଲା ପରେ ତାଙ୍କୁ ଏମଭି୭ ଗ୍ରାମ ନିକଟରେ ମାଲକାନଗରି ଥାନା ଆଇଆଇସି ରାମପ୍ରସାଦ ନାଗ , ମାଲକାନଗିରି ବିଡିଓ ୧୦୮ ଆମ୍ବୁଲାନ୍ସ ଧରି ସେଠାରେ ପହଁଚି ରୋଗୀଣା ବୃଦ୍ଧା ମାଙ୍କୁ ହସପିଟାଲକୁ ନେବା ପାଇଁ ଉଦ୍ୟମ କରିଥିଲେ । ଆମ୍ବୁଲାନ୍ସରେ ନ ନେଇ ଟର୍ଲି ରିକ୍ସାରେ ସେ ହସପିଟାଲକୁ ନେବାପାଇ ଜିଦ ଧରିଥିଲେ । ଏହି ଘଟଣା ଜାଣିପାରି ଟାଟା ପାଓ୍ୟାର କମ୍ପାନୀର ନିର୍ବାହି ଯନ୍ତ୍ରୀ ଓ ଆନ୍ୟାନ ଅଧିକାରୀ ମାନେ ପହଁଚି ତାଙ୍କର ଘରକୁ ବିଦ୍ୟୁତ ସଂଯୋଗ କରିବା ପାଇଁ ପ୍ରତିସୃତି ମଧ୍ୟ ଦେଇଥିଲେ । ଦୀପକ ଙ୍କୁ ଥାନା ଅଧିକାରୀ ଓ ବିଡିଓ ବହୁତ ବୁଝାସୁଜା କରି ତାଙ୍କର ବୃଦ୍ଧା ମାଙ୍କୁ ୧୦୮ ଆମ୍ବୁଲାନ୍ସ ରେ ମାଲକାନଗିରି ଜିଲ୍ଲାହସପିଟାଲକୁ ପଠାଯାଇ ଚିକିତ୍ସା ଆରମ୍ଭ କରାଯାଉଛି । ଚାଷୀ ଦୀପକ ଙ୍କ ଘରନିକଟରେ ଥିବା ଚାଷ ଜମିପାଇଁ ଲିପ୍ଟପଏଟଂ ଓ ଘର ବିଦ୍ୟୁତ ବିଲ ବାନ୍ଧିନଥିବାରୁ ତାଙ୍କର ବିଦ୍ୟୁତ କାଟି ଦିଆଯାଇଥିଲା । ସେ ଘରର ବିଦ୍ୟୁତ ବିଲ ୬୯୩ଟଙ୍କା ଆସିଥିବା ବେଳେ ୭ଶହ ଟଙ୍କା ପୈଠ କରିଥିଲେ,ହେଲେ ଉଠାଜଳଚେନ ପାଇଁ ତାଙ୍କୁ ଅନ୍ୟଜଣହ୍‌କ ୨୧ହଜାର ଟଙ୍କାର ବିଲ ଦେଇଥିଲେ,ଦୀପକ ଉଠାଜଳ ସେଚନ ପାଇଁ ୭ହଜାର ଟଙ୍କା ବିଦ୍ୟୁତ ବିଲ ପୈଠ କରିବା ପରେ ମଧ୍ୟ ତାଙ୍କଘରକୁ ବିଦ୍ୟୁତ ସଂଯୋଗ କରାଯାଇନଥିଲା,ସେ ଏ ସଂପର୍କରେ ନିର୍ବାହି ଯନ୍ତ୍ରୀଙ୍କ କାର୍ଯ୍ୟାଳୟ କୁ ଯାଇ ଅଭି ଯୋଗ କରିବାରୁ ତାଙ୍କୁ ଦୃବ୍ୟବହାର କରାଯାଇଥିଲା । ଅନ୍ଧାରରେ ରୋଗୀଣା ବୃଦ୍ଧା ମା ଓ ପିଲାମନଙ୍କୁ ଧରି ରହିବା କଷ୍ଟକର ହୋଇପଡୁଥିବାରୁ ସେ ଟାଟା ପାଓ୍ୟାର କମ୍ପାନୀର ଦୌରାତ୍ମା କୁ ବିରୋଧ କରି ଜିଲ୍ଲାପାଳଙ୍କୁ ଦୁଃଖଜଣାଇବା ପାଇଁ ଆଜି ବୃଦ୍ଧା ମାଙ୍କୁ ଏକ ଠେଲା ରିକ୍ସାରେ ଦୀର୍ଘ୨୦ କିଲୋମିଟର ରାସ୍ତା ମାଲକାନଗିରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟକୁ ବୋହି ନେଇଉଥିବା ସମୟରେ ଏମଭି୭ ଗ୍ରାମ ନିକଟରେ ପ୍ରଶାସନିକ ଅଧିକାରୀ ମାନେ ତାଙ୍କୁ ଅଟକାଇ ସମସ୍ୟାର ସମାଧନକରିବା ପାଇଁ ପ୍ରତି ସୃତି ଦେଇ ରୋଗୀଣା ମା ଙ୍କୁ ଚିକିତ୍ସା ପାଇଁ ହସପିଟାଲକୁ ନେଇଯାଇଛନ୍ତି । ଉପର ପ କ୍ଷରେ ଦୀପକଙ୍କ ଅଭି ଯୋଗ କୁ ଖଣ୍ଡନ କରି ଟାଟା ପାଓ୍ୟାର କମ୍ପାନୀର ବିଦ୍ୟୁତ ନିର୍ବାହି ଯନ୍ତ୍ରୀ କହିଛନ୍ତି,ଦୀପକ ଦେଓଙ୍କ ନାମରେ ଅଧିକ ବିଦ୍ୟୁତ ବିଲ ଥିବାରୁ ତାଙ୍କର ବିଦ୍ୟୁତ ସଂଯୋଗ କଟାଯାଇଥିଲା ।ତାଙ୍କ ପ୍ରତି କୌଣସି ଅନ୍ୟାୟ କରାଯାଇ ନାହିଁ ବିଭାଗ ପାଇଁ ସମସ୍ତ ଗ୍ରାହକ ସମାନ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.