Home କେନ୍ଦୁଝର କାନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏସଏମସି କମିଟି ଗଠନରେ ଅନିୟମିତତା ଅଭିଯୋଗ

କାନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏସଏମସି କମିଟି ଗଠନରେ ଅନିୟମିତତା ଅଭିଯୋଗ

38

ହାଟଡ଼ିହି, ୩୧ । ୧୦ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ କାନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏସଏମସି ଗଠନରେ ଅନିୟମିତତା ହୋଇଥିବା ନେଇ ବିଇଓଙ୍କ ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ସୋସୋ ସିଆରସିସି ଗତ ୨୭ତାରିଖ ଦିନ କାନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପି.ଟି.ଏ ଓ ଏମ.ଟି.ଏ ଗଠନ କରିଥିଲେ । ତତ୍ ପରେପରେ ସେହି ମୁହୁର୍ତ୍ତରେ ଏସଏମସି କମିଟି ଗଠନ କରି ଏସଏମସି ଚେୟାରମ୍ୟାନ ମନୋନୀତ କରିଥିଲେ । ଯାହାକି ସମ୍ପୁର୍ଣ୍ଣ ବେ ଆଇନ ବୋଲି କିଛି ଅଭିଭାବକ ଓ ପିଟିଏ ସଦସ୍ୟ ମାନେ ବିଇଓଙ୍କୁ ଜଣାଇଛନ୍ତି । ସେହିପରି ଜଣେ ଏସ.ସି ସଭ୍ୟଙ୍କ ଅନୁପସ୍ଥିତିରେ ଅନ୍ୟ ଜଣେ ସାଧାରଣ ବର୍ଗର ଲୋକଙ୍କୁ ସଦସ୍ର ଭାବେ ମନୋନୀତ କରିବା କେେତେଦୁର ଯୁକ୍ତି ଯୁକ୍ତ ସେନେଇ ଅଭିଯୋଗ କରିଛନ୍ତି । ଏଥିରେ ସିଆରସିସି, ପ୍ରଧାନ ଶିକ୍ଷକ ଓ ମନୋନୀତ ହୋଇଥିବା ଚେୟାରମ୍ୟାନଙ୍କ ଭିତିରି ବୁଝାବଣା ରହିଥିବା ସନ୍ଦେହ କରି ପିତାମ୍ବର ଜେନା, ପ୍ରଭାତ ରାଉତ, ଲକ୍ଷ୍ମୀପ୍ରୀୟା ସେନ, ଅଜୟ ଖମାରୀ, ରଞ୍ଜିତା ସାନ୍ତରା, ଭାରତୀ ପଣ୍ଡିତଙ୍କ ସମେତ ଅନେକ ଅଭିଭାବକ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ସିଆରସିସିଙ୍କୁ ପଚାରିବାରେ ସେ ସମସ୍ତ ଉପସ୍ଥିତ ସଦସ୍ୟଙ୍କ ସହମତି କ୍ରମେ କମିଟି ଗଠନ କରାଯାଇଥିଲା । ସେଥିରେ କୌଣସି ଅନିୟମିତତା ହୋଇ ନଥିବା ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.