Home ଓଡ଼ିଶା ଘରମୁହାଁ ଶ୍ରମିକ, ଗାଡି ଘୋଡା ନମିଳିଲା ନାହିଁ ଚାଲିଚାଲି ଯାଉିଛନ୍ତି ଘରକୁ

ଘରମୁହାଁ ଶ୍ରମିକ, ଗାଡି ଘୋଡା ନମିଳିଲା ନାହିଁ ଚାଲିଚାଲି ଯାଉିଛନ୍ତି ଘରକୁ

490

ହାଟଡିହି- ୫ /୫/ ଦୀର୍ଘଦିନ ହେବ ବାହାରେ ରହି କାମଦାମ କରୁଥିବାବେଳେ ଲକଡାଉନ ଯୋଗୁଁ କାମଦାମ ବନ୍ଦ ହୋଇଯିବାପରେ ଏବେ ଶ୍ରମିକମାନେ ଘରମୁହାଁ ହୋଇପଡିଛନ୍ତି । ସେମାନଙ୍କୁ ଅଟକାଇଲେବି ରହିବା ପାଇଁ ନାରାଜ । କାମଦାମ ବନ୍ଦ ହେବା ପରେ ତୃତୀୟ ଲକଡାଉନ ଆରମ୍ଭ ହେବାରୁ ବାହାର ରାଜ୍ୟରୁ ଓଡିଶାକୁ ଆସି କାମ କରୁଥିବା ଶ୍ରମିକମାନେ ଏବେ ହତୋତ୍ସାହିତ ହୋଇପଡି ଘରକୁ ଫେରିଯାଉଛି । ଗାଡି ଚଳାଚଳ ବନ୍ଦ ଥିବାରୁ ଓ ଗାଡି ଠିକ କରିବାକୁ ନାନା କଟକଣା ଥିବାରୁ ସେମାନେ ଏହାକୁ ଖାତିର ନକରି ଚାଲିଛନ୍ତି ଶହଶହ କିଲୋମିଟର । ଆଜି ଶହଶହ ଶ୍ରମିକ ଭଦ୍ରକ ଓ ଯାଜପୁର ଜିଲ୍ଲାରୁ କେନ୍ଦୁଝରର ବିଭିନ୍ନ ସ୍ଥାନକୁ ଫେରୁଥିବାବେଳେ ଯାଜପୁରରେ କାମ କରୁଥିବା ୪୦ରୁ ଉର୍ଦ୍ଧ ଝାଡଖଣ୍ଡୀ ଶ୍ରମିକ ଚାଲି ଚାଲି ନିଜ ନିଜ ଘରକୁ ଫେରୁଥିବା ଦେଖିବାକୁ ମିଳିଛି । ବାଟବଣା ହୋଇ ହାଟଡିହି ଅଞ୍ଚଳକୁ ଚାଲିଆସିଥିବା ଝାଡଖଣ୍ଡର ୪୦ରୁ ର୍ଦ୍ଧ ଶ୍ରମିକଙ୍କୁ ପୁଲିସ ଅଟକାଇବା ପରେ ପ୍ରଶାସନ ସେମାନଙ୍କ ଯିବାର ବ୍ୟବସ୍ଥା କରୁଛି । ଝାଡଖଣ୍ଡ ପାଲମୁ ଜିଲ୍ଲାର ଏହି ଶ୍ରମିକ ମାନେ ଦୀର୍ଘଦିନ ଧରି ଯାଜପୁରରେ ରହି ଏକ କନଷ୍ଟ୍ରକସନ କମ୍ପାନୀରେ କାମ କରୁଥିଲେ । ଗତ ମାର୍ଚ୍ଚ ୨୪ତାରିଖରୁ ଲକଡାଉନ ଆରମ୍ଭ ହେବାରୁ କାମଦାମ ବନ୍ଦ ହୋଇଯାଇଥିଲା । କିନ୍ତୁ ଲକଡାଉନ ପରେ ଲକଡାଉନ ଚାଲୁ ରହୁôତବାରୁ ସେମାନେ ଆଉ ସେଠାରେ ନରହି ଘରକୁ ଯିବାକୁ ଗତକାଲିଠାରୁ ବାହାରି ଆଜି ଆସି କେନ୍ଦୁଝର ସୀମାରେ ପହଞ୍ଚିବାପରେ ପୁଲିସ ସେମାନଙ୍କୁ ଅଟକ ରଖିଛି । ଖବରପାଇ ହାଟଡିହି ବିଡିଓ ଜୟଦେବ ଦାସ, ତହସିଲଦାର ଗାୟତ୍ରୀ ସୋରେନ, ଥାନା ଅଧିକାରୀ ପରେଶ ମହାନ୍ତି ପ୍ରମୁଖ ପହଞ୍ଚି ସେମାନଙ୍କ ପରିଚୟ ସହ ଉଚ୍ଚ କର୍ତ୍ତୁପକ୍ଷଙ୍କ ସହ ଆଲୋଚନା କରିବାପରେ ବିଡିଓ ତାଙ୍କୁ ନେଇ ନନ୍ଦିପଦା ହାଟ ହାଇସ୍କୁଲରେ ରଖିଥିଲେ । କିନ୍ତୁ କିଛିସମୟ ପରେ ତହସିଲଦାର ପହଞ୍ଚି ସେମାନଙ୍କୁ ପୁନର୍ବାର ଦୁଇଟି ଗାଡି ଯୋଗେ ହାଟଡିହି ହାଇସ୍କୁଲକୁ ଅଣାଯାଇ ରଖାଯାଇଛି । ଝାଡଖଣ୍ଡରୁ ଗାଡି ଆସିଲେ ସେମାନେ ନିଜ ରାଜ୍ୟକୁ ଫେରିବେ ବୋଲି ତହସିଲଦାର ସୁଚନା ଦେଇଛନ୍ତି । ସେହିପରି ସୋସୋ ଥାନା ବିଣାପାଟିଆ ଠାରେ କାମ କରୁଥିବା ଝାଡଖଣ୍ଡର ୨୦ରୁ ଉର୍ଦ୍ଧ ଶ୍ରମିକ ଆଜି ସକାଳୁ ଚାଲିଚାଲି ଝାଡଖଣ୍ଡ ଅଭିମୁଖେ ଯାଉଥିବା ଦେଖିବାକୁ ମିଳିଛି । ସେହିପରି ଭଦ୍ରକ ଜିଲ୍ଲାର ବାରିକପୁର, ଆରଡି ଅଞ୍ଚଳରେ କେନାଲ କାମ କରୁଥିବା ୫୦ରୁ ଉର୍ଦ୍ଧ ଶ୍ରମିକ ଚାଲି ଚାଲି କେନ୍ଦୁଝର ପାଟଣା ଅଭିମୁଖେ ଯାଉଛନ୍ତି । କିଏ କେତେ ବାଟ ଯିବ ତାହାର ହିସାବ ତାଙ୍କ ପାଖରେ ବି ନାହିଁ । ସେମାନଙ୍କୁ ବାଟରେ ଘାଟରେ କିଏ ପାଣି ପାଉଚ ତ ଆଉ କିଏ ବିସ୍କୁଟ ମଧ୍ୟ ପ୍ରଦାନ କରୁଥିବା ଦେଖିବାକୁ ମିଳୁଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.