Home ଜିଲ୍ଲା ପରିକ୍ରମା ଅଣ୍ଡା ଖାଇବାକୁ ଆସି ଧରାପଡିଲା ୬ଫୁଟିଆ ନାଗ

ଅଣ୍ଡା ଖାଇବାକୁ ଆସି ଧରାପଡିଲା ୬ଫୁଟିଆ ନାଗ

375

ମୟୁରଭଞ୍ଜ, ତା ୦୫ ମେ(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ/ସୀତାରାମ ଦୀକ୍ଷିତ) ଧରାପଡ଼ିଲା କୁକୁଡ଼ା ଅଣ୍ଡା ଚୋର । ଅଣ୍ଡା ଚୋରି କରି ଖାଇବା ପରେ କୁକୁଡ଼ା ଧାଡିକୁ ଆକ୍ରମଣ କରି ଜୀବନରୁ ମାରି ଦେଇଥିବା ଦେଖିବାକୁ ମିଳିଛି । ଧରାପଡିବାରୁ ତାର କ୍ରୋଧ ଏବଂ ଗର୍ଜନରେ ପରିବାର ଲୋକଙ୍କ ସହିତ ସ୍ଥାନୀୟ ଲୋକମାନେ ଭୟଭୀତ ହୋଇପଡିଥିଲେ । ଏମିତି ଏକ ବିରଳ ଦୃଶ୍ୟ ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ କାଠଶିରିଷି ଗାଁର କାହ୍ନୁଚରଣ ମିଶ୍ରଙ୍କ ଘରେ ଦେଖିବାକୁ ମିଳିଛି । କୁକୁଡ଼ାଅଣ୍ଡା ଖାଇବାକୁ ଆସି ଧରାପଡିଲା ୬ଫୁଟିଆ ନାଗସାପ । କାହ୍ନୁଚରଣଙ୍କ ଘର ଏକ ପାର୍ଶ୍ୱରେ ରହିଥିବା କୁକୁଡା ଭାଡିରେ ଆଜି ଏହି ନାଗସାପଟି ପଶିଥିବା ଦେଖିବାକୁ ପାଇଥିଲେ । ସାପଟି ପୂର୍ବରୁ ଏଠାକୁ ଆସି ଏକଗାତ ମଧ୍ୟରେ ରହି କୁକୁଡ଼ା ଅଣ୍ଡା ଖାଇବା ଜାରି ରଖିଥିଲା । ତେବେ ଆଜି ୨ଟି କୁକୁଡ଼ା ମରି ପଡିଥିବା ବେଳେ ସାପଟି ଅଣ୍ଡା ଖାଉଥିବା ଦୃଶ୍ୟ ଘର ମାଲିକଙ୍କ ନଜରକୁ ଆସିଥିଲା । ଏହି ଦୃଶ୍ୟ ଦେଖି ଭୟଭୀତ ହୋଇଯାଇ ସଙ୍ଗେ ସଙ୍ଗେ ସ୍ନେକ ହେଲ୍ପ ଲାଇନର ଅଭିଜ୍ଞ ସାପ ଧରାଳିଙ୍କୁ ଖବର ଦେଇଥିଲେ । ଖବରପାଇ ସ୍ନେକ ହେଲ୍ପ ଲାଇନର ଅଭିଜ୍ଞ ସଦସ୍ୟ କୃଷ୍ଣଚନ୍ଦ୍ର ଗୋଛାୟତ ଘଟଣାସ୍ଥଳରେ ପହଞ୍ଚି ବିଷଧର ନାଗସାପଟିକୁ ଉଦ୍ଧାର କରି ଆୟତ୍ତକୁ ନେଇଥିଲେ । ପରେ ସାପଟିକୁ ସୁରକ୍ଷିତ ଭାବେ ଦୂର ଜଙ୍ଗଲରେ ଛାଡିଦେଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.