Home ଓଡ଼ିଶା ରଣପୁର ମହୋତ୍ସବ ଅର୍ଜ୍ଜୁନ ୨୦୨୨ କଟକଣା ଯୋଗୁଁ ଫିକା

ରଣପୁର ମହୋତ୍ସବ ଅର୍ଜ୍ଜୁନ ୨୦୨୨ କଟକଣା ଯୋଗୁଁ ଫିକା

31

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୫/୦୧- ନୟାଗଡ ଜିଲ୍ଲା ରଣପୁର ରେ ଦୀର୍ଘବର୍ଷ ଧରି ରଣପୁର ମହୋତ୍ସବ ଅର୍ଜ୍ଜୁନ ପାଳିତ ହୋଇ ଆସୁଅଛି । ପ୍ରତିବର୍ଷ ଜାନୁଆରୀ ୫ ତାରିଖରୁ ମହୋତ୍ସବ ପାଳିତ ହୋଇଥାଏ । ପ୍ରଜା ଆନ୍ଦୋଳନରେ ରଣପୁରର ସଂଗ୍ରାମୀ ନେତା ସହିଦ୍ ରଘୁଦିବାକର , ସହିଦ୍ ଅର୍ଜ୍ଜୁନ ରାଉତ ଓ ଓଡିଆ ଭାଷାକୁ ଭାଷା ଆନ୍ଦୋଳନ ସମୟରେ ମାନ୍ୟତା ଆଣିଥିବା ସନ୍ଥ ଭକ୍ତ ଚରଣ ଦାସଙ୍କ ସ୍ମୃତି ଉଦେଶ୍ୟରେ ରଣପୁର ମହୋତ୍ସବ ପାଳିତ ହୋଇ ଆସୁଥିଲା । ଚଳିତ ବର୍ଷ କରୋନା ମହାମାରୀ ଓ ଓମିକ୍ରନ୍ ସଂକ୍ରମଣକୁ ରୋକିବା ଦୃଷ୍ଟିରେ କଟକଣା ଯୋଗୁଁ ମହୋତ୍ସବ ଫିକା ପଡିଯାଇଥିବା ଜଣାପଡିଛି । ଭୋର ସମୟରେ ପ୍ରାତଃ ଭ୍ରମଣକରି ରାମଧୁନ୍ କରାଯାଇଥିଲା । ମଧ୍ୟାନ୍ନରେ ମହୋତ୍ସବ କମିଟିର ଅଧ୍ୟକ୍ଷ ତଥା ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ସହିଦ୍ ରଘୁଦିବାକର ପ୍ରତିମୃର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ତାପରେ ସହିଦ୍ ରଘୁଦିବାକର ମଣ୍ଡପ ଠାରୁ ଏକ ଶୋଭାଯାତ୍ରାରେ ମହୋତ୍ସବ ମଣ୍ଡପ ପର୍ଯ୍ୟନ୍ତ ଯାଇଥିଲେ । ମଣ୍ଡପରେ ମଞ୍ଚପୂଜା କେବଳ କରାଯାଇଥିଲା  ା ଅପରାହ୍ନରେ ରଘୁଦିବାକର ଆସୋସିଏସନ୍ ନିକଟରେ ସିମିତ ସଂଖ୍ୟକ ଲୋକଙ୍କୁ ନେଇ କୋଭିଡ୍ ନିୟମ ମାନି ଏକ ସଭା କରାଯାଇଥିଲା । ଏଥିରେ ରଘୁଦିବାକର ଆସୋସିଏସନ୍ ସଭାପତି ସୁରେଶ ମିଶ୍ର , ପୁର୍ବତନ ବ୍ଲକ ଅଧ୍ୟକ୍ଷ ଇଂ ବେବାଶିଷ ପଟ୍ଟନାୟକ , ପୁର୍ବତନ ବିଜ୍ଞାପିତ ଅଂଚଳ ପରିଷଦ ଅଧ୍ୟକ୍ଷା ସବିତା ଦାସ , ପୁର୍ବତନ କାଉନସିଲର ରଶ୍ମିତା ମାଝି , ପ୍ରିୟବ୍ରତ ପ୍ରହରାଜ , ଲିଙ୍ଗରାଜ ନାୟକ ଆଦି ବହୁ ବ୍ୟକ୍ତି ଯୋଗଦେଇଥିଲେ । ଦୋକାନ ବଜାର ନପଡିବା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ନହେବା ଯୋଗୁଁ ରଣପୁରବାସୀଙ୍କ ମନ ଫିକା ପଡିଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.