Home କେନ୍ଦୁଝର ଘରକୁ ଫେରିବା ବାଟରେ ଯୁବକ ନିଖୋଜ

ଘରକୁ ଫେରିବା ବାଟରେ ଯୁବକ ନିଖୋଜ

92

ହାଟଡିହି-୨/୮: (ଓଡିଆପୁଅ / ବିକାଶ ବିଶ୍ୱାଳ) ସୋସୋ ଥାନା ଅଧିନସ୍ଥ ବାଙ୍ଗୋର ଗ୍ରାମର ନୀଳମଣି ବିଶ୍ୱାଳ ନାମକ ଜଣେ ଯୁବକ ଘରକୁ ଫେରିବା ବାଟରେ କେଉଁଆଡେ ନିଖୋଜ ହୋଇଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ପରିବାର ଲୋକଙ୍କ ଅଭିଯୋଗ ଅନୁଯାଇ ସେ ବିଜୟୱାଡାରେ ଏକ କମ୍ପାନୀରେ କାମ କରୁଥିବାବେଳେ ଗତ ୨୬ତାରିଖ ଦିନ ଟ୍ରେନରେ ଆଉ କିଛି ସାଙ୍ଗ ସହିତ ଘରକୁ ଫେରୁଥିଲେ । ସେମାନେ ଭୁବନେଶ୍ୱରକୁ ଟିକେଟ କରିଥିବାବେଳେ ଜଣେ ସାଙ୍ଗ ବାଲୁଗାଁରେ ଓହ୍ଲାଇଥିଲେ । ତାଙ୍କୁ ବାଟୋଇ ଦେବାକୁ ନୀଳମଣିଙ୍କ ସମେତ ଅନ୍ୟମାନେ ମଧ୍ୟ ଓହ୍ଲାଇଥିଲେ । କିନ୍ତୁ ଏହି ସମୟରେ ଟ୍ରେନ ଛାଡିବାରୁ ଅନ୍ୟ ତିନିଜଣ ସାଙ୍ଗ ଟ୍ରେନରେ ଚଢ଼ି ପଳାଇ ଆସିଥିବାବେଳେ ନୀଳମଣି ଆଉ ଚଢ଼ି ପାରିନଥିଲେ । ନୀଳମଣି ନିଖୋଜ ହୋଇଯିବା ଖବର ପାଇ ପରିବାର ଲୋକେ ବାଲୁଗାଁ ଖୋର୍ଦ୍ଦା, ଭୁବନେଶ୍ୱର ପ୍ରଭୃତି ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ପାଇପାରି ନାହାନ୍ତି । ତାଙ୍କର ଏପରି ନିଖୋଜକୁ ନେଇ ପରିବାରବର୍ଗ ବ୍ୟସ୍ତ ହୋଇପଡିଛନ୍ତି । ଘରେ ପତ୍ନୀ ଓ ଦୁଇ ଛୋଟ ଛୋଟ ଛୁଆ ଥିବାବେଳେ ସେମାନେ ବ୍ୟତିବ୍ୟସ୍ତ ହୋଇପଡୁଛନ୍ତି । ଯଦି କୌଣସି ବ୍ୟକ୍ତି ତାଙ୍କ ସନ୍ଧାନ ପାଆନ୍ତି ତେବେ ନିକଟସ୍ଥ ଥାନା କିମ୍ବା 6371050443ରେ ଜଣାଇବାକୁ ତାଙ୍କ ଭାଇ ଇନ୍ଦ୍ରମଣୀ ବିଶ୍ୱାଳ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.