Home କେନ୍ଦୁଝର ନୟାଗଡ ପୁଲିସ ଘରୁ ଉଠାଇନେବା ଘଟଣା, ନିର୍ଦ୍ଦୋଶ ଜାଣି ଯୁବକଙ୍କୁ ଛାଡିଦେଲା ପୁଲିସ

ନୟାଗଡ ପୁଲିସ ଘରୁ ଉଠାଇନେବା ଘଟଣା, ନିର୍ଦ୍ଦୋଶ ଜାଣି ଯୁବକଙ୍କୁ ଛାଡିଦେଲା ପୁଲିସ

62

ହାଟଡିହି-୨/୮: (ଓଡିଆପୁଅ / ବିକାଶ ବିଶ୍ୱାଳ) ନୟାଗଡ ଜିଲ୍ଲାରେ ଏକ ଠକେଇ ମାମଲାରେ ସଂପୃକ୍ତି ଥିବା ଅଭିଯୋଗରେ ନୟାଗଡ ପୁଲିସ ଡଙ୍କୁରୀ ଗ୍ରାମର ଦୁଇ ଯୁବକଙ୍କୁ ଉଠାଇ ନେଇଥିବା ବେଳେ ଜଣେ ଯୁବକକୁ ନିର୍ଦ୍ଦୋଶ ଜାଣି ଛାଡି ଦେଇଥିବା ଜଣାଯାଇଛି । ଗତ ୨୮ତାରିଖ ଅପରାହ୍ନରେ ନୟାଗଡ ପୁଲିସର ଏକ ଟିମ ନନ୍ଦିପଦା ଥାନାରେ ପହଞ୍ଚି ନନ୍ଦିପଦା ପୁଲିସ ସହଯୋଗରେ ଡଙ୍କୁରୀ ଗ୍ରାମରେ ଚଢ଼ାଉକରି ବିବେକାନନ୍ଦ ସେନାପତି (ମଣ୍ଟୁ) ଓ ସୁଶିର କୁମାର ସେନାପତି ଓରଫ (ପପୁ)ଙ୍କୁ ଉଠାଇ ନେଇଥିଲା । ସେମାନେ ଚାକିରି କରାଇଦେବା ନାଁରେ ଲୋକଙ୍କ ଠାରୁ ଟଙ୍କା ଆଦାୟ କରିଥିବା ନେଇ ନୟାଗଡ ଥାନାରେ ଅଭିଯୋଗ ହୋଇଥିଲା । କିନ୍ତୁ ତଦନ୍ତ ସମୟରେ ବିବେକାନନ୍ଦ ଘଟଣାରେ ସଂପୃକ୍ତି ନଥିବା ପୁଲିସ ଜାଣିବାପରେ ତାଙ୍କୁ ଛାଡି ଦେଇଥିବାବେଳେ ପପୁକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୁଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.