Home Top News ଓଡ଼ିଶା ବିଜେପି ପାଇଛି ଏକ ଯୁବା ପ୍ରତିଭାବାନ୍ ପ୍ରବକ୍ତା ..

ଓଡ଼ିଶା ବିଜେପି ପାଇଛି ଏକ ଯୁବା ପ୍ରତିଭାବାନ୍ ପ୍ରବକ୍ତା ..

82

ଭୁବନେଶ୍ୱର: ବିଜେପି ଓଡ଼ିଶା ପାଇଛି ଏକ ଯୁବା ପ୍ରତିଭାବାନ୍ ପ୍ରବକ୍ତା। ସେ ହେଲେ ବିଜେପି ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ। ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଘ (ଆରଏସ୍ଏସ୍) ସହିତ ଜଡ଼ିତ ତଥା ସଂଘର ଜଣେ ସ୍ୱୟଂ ସେବକ ହେଲେ ଅନିଲ ବିଶ୍ୱାଳ। ସେ ଏବେ ବିଜେପି ରାଜ୍ୟ ମୁଖପାତ୍ର। ରାଜ୍ୟ ବିଜେପି ପକ୍ଷରୁ କରାଯାଉଥିବା ସାମ୍ବାଦିକ ସମ୍ମିଳନୀରେ ଅନିଲ ଯେପରି ଉପସ୍ଥାପନା କରୁଛନ୍ତି, ବିଜେପି ଏପରି ଏକ ପ୍ରତିଭାବାନ୍ ଯୁବା ପ୍ରବକ୍ତା ଆବଶ୍ୟକ କରୁଥିଲା। ବିଜେପିର ପକ୍ଷ ରଖିବାରେ ବା ଉପଲବ୍ଧି ଉପସ୍ଥାପନା କରିବାରେ ହେଉ ଅବା ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିବାରେ ହେଉ, ଅନିଲ ସ୍ଥିର ଏବଂ ଧର୍ଯ୍ୟଶୀଳ ରହି ଯେଉଁଭଳି ଭାବରେ ଉପସ୍ଥାପନ କରୁଛନ୍ତି ତାହା ବିଜେପି ପାଇଁ ଖୁବ୍ ଭଲ ପ୍ରଭାବ ପକାଉଛି। ନିଜ ଦଳର ନେତାଙ୍କ ଅଯଥା ତଥା ଅତିରଞ୍ଜିତ ଖୋସାମତି କରିବା କିମ୍ବା ବିପକ୍ଷକୁ ଅଭଦ୍ରଙ୍କ ପରି ଆକ୍ଷେପ କରିବା ଠାରୁ ଦୂରେଇ ରହି କେବଳ ଦଳକୁ ପ୍ରାଥମିକତା ଦେଇ ସ୍ପଷ୍ଟ ଏବଂ ଶାଣିତ ଢଙ୍ଗରେ ନିଜ କଥା ଉପସ୍ଥାପନା କରୁଛନ୍ତି ଅନିଲ ବିଶ୍ୱାଳ। ବାସ୍ତବରେ ଦୀର୍ଘ ଦିନ ପରେ ଓଡ଼ିଶା ବିଜେପି ପାଇଛି ଏକ ଯୁବା ପ୍ରତିଭାବାନ୍ ପ୍ରବକ୍ତା!
-/Dev@DRath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.