Home ଓଡ଼ିଶା ଗୟଳ ଆକ୍ରମଣ ରେ ଜଣେ ଗୁରୁତର ଜଣେ ମୃତ

ଗୟଳ ଆକ୍ରମଣ ରେ ଜଣେ ଗୁରୁତର ଜଣେ ମୃତ

158

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୮/୧୦- ନୟାଗଡ ଜିଲ୍ଲା ରଣପୁର ବ୍ଲକ ଜଙ୍ଗଲ ଅଂଚଳ ରେ ଖାଦ୍ୟ ର ଅଭାବ ଯୋଗୁଁ ଗୟଳ ମାନେ ଜଙ୍ଗଲ ନିକଟ ଧାନ ଜମି ମୁହାଁ ହୋଇଥିବା ଜଣାପଡିଛି । ଯାହାଫଳ ରେ ଧାନ ଚାଷୀ ଓ ଗୟଳ ଙ୍କ ମଧ୍ୟରେ ମୁହାଁ ମୁହିଁ ହେବା ଲାଗିଛି । କେତେବେଳେ ଗୟଳ ମରୁଛି ତ ଆଉ କେତେବେଳେ ମଣିଷ ମରୁଛି । ଗତ ୨୬ ତାରିଖ ରେ ଚମ୍ପାପେଡି  ଗ୍ରାମ ନିକଟ ଧାନ ଜମି ଗୟଳ ଖାଇବା ଯୋଗୁଁ କିଛି ଲୋକ ଗୟଳ ଘଉଡେଇବାକୁ ଯାଇଥିଲେ । ଏହି ସମୟରେ ଏକ ଗୟଳ ଦଲ୍ଲିପ କୁମାର ପଲ୍ଲେଇ ଙ୍କୁ ଆକ୍ରମଣ କରିଥିଲା । ଲୋକମାନେ ପ୍ରଥମେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ସରକାରୀ ଡାକ୍ତରଖାନା କୁ ଚିକିତ୍ସା ପାଇଁ ନେଇଥିଲେ । ତାଙ୍କର ଗୋଟିଏ ହାତ ଭାଙ୍ଗି ଯାଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ଏକ ଘରୋଇ ଡାକ୍ତରଖାନା ରେ ଚିକିତ୍ସିତ ହେଉଥିବା ଜଣାପଡିଛି ।

ଗତ ୧୭ ତାରିଖ ସଂନ୍ଧ୍ୟା ରେ ରଣପୁର ବ୍ଲକ ଡମସାହି ଗ୍ରାମ ପଞ୍ଚାୟତ ବଡତୁଲୁବି  ଗ୍ରାମ ର ଦୁଆରୀ ଭୁୟାଁ ଜନିଜ ଧାନ ଜମି କୁ ଯାଇଥିଲେ । ସେଠାରେ ଏକ ଗୟଳ ତାଙ୍କୁ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥା ରେ ଲୋକମାନେ ପ୍ରଥମେ ଗୋଡିପଡା ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ନୟାଗଡ ମୁଖ୍ୟ ଚିକିତ୍ସାଳୟ କୁ ନେଇଥିଲେ । ଡାକ୍ତର ସେଠାରେ ଦୁଆରୀ ଭୁୟାଁ କୁ ମୃତ ଘୋଷଣା କରିଥିଲେ । ଏ ସର୍ମ୍ପକେ ଗୋଡିପଡା ବନପାଳ ସୂର୍ଯ୍ୟକାନ୍ତ ମହାରଣା ଙ୍କୁ ଯୋଗାଯୋଗ କରିବାରେ କୁହନ୍ତି ଖବର ପାଇ ଆମ୍ଭେ ଗୟଳ ଆକ୍ରମଣ କରିଥିବା ଘଟଣାସ୍ଥଳ କୁ ଯାଇଥିଲୁ । ସେଠାରେ ଗୟଳ ର ପାଦଚିହ୍ନ ଓ ରକ୍ତ ପଡିଥିବା ଦେଖିବାକୁ ପାଇଥିଲୁ । ତଦନ୍ତ ଚାଲିଛି ତଦନ୍ତ ପରେ ସରକାରୀ ନିୟମ ଅନୁଯାଇ ମୃତକ ପରିବାର କୁ ଆର୍ôଥକ ସହାୟତା  ପ୍ରଦାନ କରାଯିବା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.