Home ଓଡ଼ିଶା ବିଜେଡି ରେ ମିଶିଲେ ୩୦ ବିଜେପି ଓ କଂଗ୍ରେସ ଟାଣୁଆ କର୍ମୀ

ବିଜେଡି ରେ ମିଶିଲେ ୩୦ ବିଜେପି ଓ କଂଗ୍ରେସ ଟାଣୁଆ କର୍ମୀ

101

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୮/୧୦-ଆଗକୁ ତ୍ରୀସ୍ତରିୟ ପଞ୍ଚାୟତ ନିର୍ବାଚନ ଥିବାରୁ ଦଳୀୟ କର୍ମୀ ମାନଙ୍କର ଦଳ ଡିଆଁ ପର୍ବ ଆରମ୍ଭ ହୋଇଯାଇଛି । ତେଣୁ ଦଳ ମାନଙ୍କର ମିଶ୍ରଣ ପର୍ବ ଚାଲିଛି । ସେଥିରୁ ବାଦ୍ ପଡିନି ନୟାଗଡ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀ । ରଣପୁର ନିର୍ବାଚନ ମଣ୍ଡଳୀ ର ଚମ୍ପାପେଡି ଗ୍ରାମ ପଞ୍ଚାୟତ ବେଣ୍ଟ  ଠାରେ ଗତ ୨୭ ତାରିଖ ସଂନ୍ଧ୍ୟା ରେ ବିଜେଡି ତରଫତୁ  ଏକ ମିଶ୍ରଣ ପର୍ବ ର  ଆୟୋଜନ କରାଯାଇଥିଲା । ମାନ୍ୟବର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରଣପୁର ବିଧାୟକ ସତୟନାରାୟଣ ପ୍ରଧାନ ଙ୍କ କାର୍ଯ୍ୟଧାରା ଓ ବିକାଶ ପ୍ରତି ଆଶା ପ୍ରକଟ କରି ଚମ୍ପାଗଡ ଗ୍ରାମ ପଞ୍ଚାୟତ ଓ ଜଙ୍କିଆ ଗ୍ରାମ ପଞ୍ଚାୟତ ର ୩୦ ଜଣ ବିଜେପି ଓ କଂଗ୍ରେସ ଦଳ ର ଟାଣୁଆ କର୍ମୀ ବିଜେଡି ରେ ଯୋଗ ଦେଇଥିବା ଜଣାପଡିଛି ।


ରଣପୁର ବିଧାୟକ ସେମାନଙ୍କୁ ଦଳୀୟ ସଂକେତ ଥିବା ଉପଢଉକନ ଓ ଫୁଲତୋଡା ଦେଇ ସ୍ୱାଗତ କରିଥିଲେ । ସେମାନେ ହେଲେ ଜଙ୍କିଆ ଗ୍ରାମ ପଞ୍ଚାୟତ ର ବିକ୍ରମ ପରିଡା ଓରଫ୍ ପଠାଣି , ବାଦଲ କୁମାର ଚମ୍ପତିରାୟ ,  ବାସୁ ପରିଡା , ପ୍ରଦିପ କଳସ , ଶିବ ଚନ୍ଦନ ପ୍ରଧାନ , ମହେଶ୍ୱର ମାନଧାତା , ବାବନ ସାହୁ ଓ ଚମ୍ପାଗଡ ଗ୍ରାମ ପଞ୍ଚାୟତ ର ନିରଞ୍ଜନ ବେହେରା , ଜୟ ପରିଡା , ଗୋବିନ୍ଦ ଖମାରୀ , ଗାଣ୍ଡୁଆ ପରିଡା , ତୋଫାନ ପାତ୍ର ଆଦି ରଣପୁର ରେ ବିଜୁ ଜନତା ଦଳ କୁ ସୁଦୃଢ କରିବା ପାଇଁ ମିଶ୍ରଣ ପର୍ବ ଆରମ୍ଭ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.