Home ଜିଲ୍ଲା ପରିକ୍ରମା ଗ୍ରୁପ୍ ଋଣ ସୁଝିନପାରି ଚାଷୀଙ୍କ ଆତ୍ମହତ୍ୟା

ଗ୍ରୁପ୍ ଋଣ ସୁଝିନପାରି ଚାଷୀଙ୍କ ଆତ୍ମହତ୍ୟା

242

ଭଦ୍ରକ, ୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ସାରା ବିଶ୍ୱରେ କାୟା ମେଲାଇଥିବା ମହାମାରୀ କରୋନା ଭାଇରସ୍ ସମସ୍ତଙ୍କ ଜୀବନ-ଜୀବିକାକୁ ପୁରାପୁରି ଠପ୍ କରିଦେଇଥିବାବେଳେ ଏଥିରେ ବହୁ ଗରିବ ଓ ଅସହାୟ ଲୋକ ହଇରାଣ ହେଉଥିବାର ଦୃଶ୍ୟ ପରିଲକ୍ଷିତ ହୋଇଛି । ସେହିଭଳି ଫାଇନାନ୍ସ କଂପାନୀରୁ ଋଣ ଆଣିଥିବା ବହୁ ଗରିବ ଚାଷୀ ମଧ୍ୟ ଏଥିରୁ ବାଦ ପଡିନାହାଁନ୍ତି । ନିଜର ଜୀବିକା ହରାଇ ବସି ଗଣ୍ଡେ ଖାଇ ବଂଚିବା ତାଙ୍କ ପକ୍ଷେ କଷ୍ଟକର ହୋଇପଡୁଥିବାବେଳେ ସେଥିରୁ କିପରି କିସ୍ତି ଋଣ ଦେବେ, ତାହା ତାଙ୍କ ପକ୍ଷେ ଅସମ୍ଭବ ମନେହୁଏ । ଏହିଭଳି ପରିସ୍ଥିତିରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ବ୍ଲକ୍ ରାଜୁଆଳିବିନ୍ଧା ଗ୍ରାମରେ । ଉକ୍ତ ଗ୍ରାମର ମହେନ୍ଦ୍ର ଦାସ ଫାଇନାନ୍ସ କଂପାନୀରୁ ଚାଷ କରିବା ପାଇଁ ଗ୍ରୁପ୍ ଋଣ କରିଥିଲେ । ହେଲେ ଏହିଭଳି ଜଟିଳ ପରିସ୍ଥିତିରେ ଫାଇନାନ୍ସ କଂପାନୀ ଋଣ କିସ୍ତି ଦେବାକୁ ବାଧ୍ୟ କରିବାରୁ ଚାଷୀ ମହେନ୍ଦ୍ର ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ବିଷୟ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.