Home ଜିଲ୍ଲା ପରିକ୍ରମା ଚିହ୍ନଟ ହେଲେ ନୂଆ ଆଉ ୨୫ ଆକ୍ରାନ୍ତ, ମୋଟ ଆକ୍ଟିଭ ୧୦୧

ଚିହ୍ନଟ ହେଲେ ନୂଆ ଆଉ ୨୫ ଆକ୍ରାନ୍ତ, ମୋଟ ଆକ୍ଟିଭ ୧୦୧

148

ଭଦ୍ରକ, ୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ପୁଣି ନୂଆ ୨୫ କରୋନା ଆକ୍ରାନ୍ତ ଭଦ୍ରକ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାର ମୋଟ ଆକ୍ରାନ୍ତ ସଂଖ୍ୟା ୬୫୨ ହୋଇଛି । ଜିଲ୍ଲାରୁ ମୋଟ ୧୯ ହଜାର ୧୪୯ ନମୁନା ପରୀକ୍ଷା ପରେ ଏହି ସଂଖ୍ୟାର ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିଭଳି ମୋଟ ୫୪୯ଜଣ ସୁସ୍ଥ ହୋଇସାରିଛନ୍ତି । ଯାହା ଫଳରେ ଏବେ ମୋଟ ଆକ୍ଟିଭ କେଶ ଆଉ ୧୦୧ ରହିଛି । ୨୫ ନୂତନ ଆକ୍ରାନ୍ତଙ୍କ ମଧ୍ୟରେ ୬ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୧୯ଜଣ ଲୋକାଲ କଣ୍ଟାକ୍ଟ । ନୂତନ ଚିହ୍ନଟମାନେ ହେଲେ ତିହିଡି ବ୍ଲକ ସିନ୍ଦେହା ଟିଏମ୍‌ସି ସେଣ୍ଟରରୁ ଜଣେ, ତିହିଡି ବାଳିକା ଉଚ୍ଚ ବିଦ୍ୟାଳୟ ଟିଏମ୍‌ସିରୁ ଜଣେ, ଧାମନଗର ବ୍ଲକ ବାଲିପାଟଣା ଟିଏମ୍‌ସିରୁ ଜଣେ ଏବଂ ହସନାବାଦ୍ ଟିଏମ୍‌ସିରୁ ୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ଭଦ୍ରକ ପୌରପାଳିକାର ୧୪ ନଂ ୱାର୍ଡ ସନ୍ଥିଆରୁ ୨ଜଣ, ୧୫ ନଂ ୱାର୍ଡ କୁଆଁସ ମଙ୍ଗଳାମନ୍ଦିର ନିକଟରୁ ଜଣେ ଓ ଫେକର ଅଫିସ ନିକଟରୁ ଜଣେ, ୨୬ ନଂ ୱାର୍ଡ ପୁରୁଣାବଜାର ବାବୁସାହି ଗ୍ରାମରୁ ୨ଜଣ, ୯ନଂ ୱାର୍ଡ ପିଡବ୍ଲୁଡି କଲୋନୀରୁ ଜଣେ, ୫ନଂ ୱାର୍ଡ ଚରମ୍ପା ମିଶନ ପବ୍ଲିକ ସ୍କୁଲ ନିକଟରୁ ଜଣେ, ୧୩ ନଂ ୱାର୍ଡ ଅପର୍ତ୍ତିବିନ୍ଧାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ବ୍ୟତୀତ ଭଣ୍ଡାରିପୋଖରୀ ବ୍ଲକ ମଞ୍ଜୁରୀରୋଡ ସାନଶାସନ କଣ୍ଟାପଡା ଗ୍ରାମରୁ ଜଣେ, କୁରିଗାଁ ପଞ୍ଚାୟତ କୁରିଗାଁ ଗ୍ରାମରୁ ଜଣେ, ବନ୍ତ ବ୍ଲକ ବସନ୍ତିଆ ପଞ୍ଚାୟତ କଟିଣା ଗ୍ରାମରୁ ୨ଜଣ, ଭଦ୍ରକ ବ୍ଲକ କୋଡବରୁଆଁ ପଞ୍ଚାୟତ ପଲୀ ଗ୍ରାମରୁ ଜଣେ, ଅର୍ଣ୍ଣପାଳ ପଞ୍ଚାୟତ ଭକ୍ତିବ୍ରହ୍ମପୁର ଗ୍ରାମରୁ ଜଣେ, ଅର୍ଣ୍ଣପାଳ ଗ୍ରାମରୁ ଜଣେ ଚିହ୍ନଟ ହୋଇଛନ୍ତି ।

 

ଅନ୍ୟପକ୍ଷରେ ଧାମନଗର ବ୍ଲକ ଖପରପଦା ଗ୍ରାମର ଜଣେ ଆକ୍ରାନ୍ତ ଭୁବନେଶ୍ୱର ଉତ୍କଳ ହସ୍‌ପିଟାଲରେ ଚିହ୍ନଟ ହୋଇଥିବା ବେଳେ ଭଦ୍ରକ ବ୍ଲକ ଗୋରାମାଟି ତୋରଣପଦା ଗ୍ରାମର ଜଣେ ଏବଂ ତିହିଡି ବ୍ଲକ କୁବେରା ବାରିକପୁର ଗ୍ରାମର ଜଣେ କଟକ ଏସ୍‌ସିବି ମେଡିକାଲରେ ଚିହ୍ନଟ ହୋଇଛନ୍ତି । ଏହାପରେ ଜିଲ୍ଳାପାଳ ଡ. ଜ୍ଞାନ ଦାସ ଭଦ୍ରକ ବ୍ଲକର ଗୋରାମାଟି ପଞ୍ଚାୟତର ତୋରଣପଦା, ଭକ୍ତିବ୍ରହ୍ମପୁର ଗ୍ରାମର ସାହୁସାହି, କରସାହି ଓ ଜେନାସାହି, ଅର୍ଣ୍ଣପାଳ ଗ୍ରାମର ୩ ନଂ ୱାର୍ଡ ବଙ୍ଗାଳିସାହି, ତିହିଡି ବ୍ଲକର କୁବେରା ପଞ୍ଚାୟତର ବାରିକପୁର ଗ୍ରାମ, ଧାମନଗର ବ୍ଲକର ଖପରପଦା ଗ୍ରାମର ତେଲିସାହି, ଗୁଡିଆସାହି ଓ ବଙ୍ଗାଳିସାହି, ଭଣ୍ଡାରିପୋଖରୀ ବ୍ଲକର କୁରିଗାଁ ଗ୍ରାମର ୭ନଂ ଓ ୮ ନଂ ୱାର୍ଡ, ବଡକଣ୍ଟାପଡା, ରାଣିପଦା, ତେନ୍ତୁଳିଆ ଗ୍ରାମ, ସିନ୍ଦୋଳ ହାଇସ୍କୁଲ, ହସନାବାଦ ଗ୍ରାମର ବାସୁଦେବପୁର ଏମ୍‌ଇ ସ୍କୁଲ, ବାଲିପାଟଣା କ୍ଲଷ୍ଟର ଟିଏମ୍‌ସିକୁ କଣ୍ଟେନମେଣ୍ଟଜୋନ ଘୋଷଣା କରିଥିବା ବେଳେ ତିହିଡି ବାଳିକା ଉଚ୍ଚ ବିଦ୍ୟାଳୟରେ ବଳବତ୍ତର ଥିବା କଣ୍ଟେନମେଣ୍ଟଜୋନ କଟକଣାକୁ ୧୪ ଦିନ ପାଇଁ ବୃଦ୍ଧି କରିଛନ୍ତି । ସେହିଭଳି ଭଦ୍ରକ ପୌରପାଳିକାର କୁଆଁସ ମଙ୍ଗଳାମନ୍ଦିର ନିକଟ ଅଞ୍ଚଳ, ଫେକର କାର୍ଯ୍ୟାଳୟ ଅଞ୍ଚଳ, ପୁରୁଣାବଜାର ବାବୁସାହି, ୯ ନଂ ୱାର୍ଡର ପିଡବ୍ଲୁଡି କଲୋନୀ, ଚରମ୍ପା ମିଶନ ସ୍କୁଲ ଅଞ୍ଚଳ, ଅପର୍ତ୍ତିବିନ୍ଧା, ବନ୍ତ ବ୍ଲକର କଟିଣା ଗ୍ରାମକୁ କଣ୍ଟେନମେଣ୍ଟଜୋନ ଘୋଷଣା କରାଯାଇଛି । ସେହିପରି କଣ୍ଟେନମେଣ୍ଟ ଥିବା ବାସୁଦେବପୁର ବ୍ଲକର ଜୁଲିଆ ହାଇସ୍କୁଲ ଓ ଧାମନଗର ବ୍ଲକର କୋଠାର କଲେଜରୁ କଣ୍ଟେନମେଣ୍ଟ କଟକଣା ପ୍ରତ୍ୟାହାର କରି ନିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.