Home ଜିଲ୍ଲା ପରିକ୍ରମା ମହିଳାକୁ ଦୁଷ୍କର୍ମ କରି ଜଣେ ଗିରଫ

ମହିଳାକୁ ଦୁଷ୍କର୍ମ କରି ଜଣେ ଗିରଫ

338

ଭଦ୍ରକ, ୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଧାମରା ନିକଟସ୍ଥ ଦୋସିଙ୍ଗା ପଂଚାୟତ ଅଧିନସ୍ଥ ଅମରନଗର ଠାରେ ଏକ ମହିଳାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି ।ଘଟଣାରୁ ପ୍ରକାଶ ଅମର ନଗର ଗ୍ରାମର ଶଙ୍କର (୩୦) ସେହି ଗ୍ରାମର ଏକ ମହିଳାଙ୍କୁ ଦୁଷ୍କର୍ମ କରୁଥିବା ବେଳେ ମହିଳା ପାଟି କରିବାରୁ ମହିଳାଙ୍କ ପରିବାର ସଂପୃକ୍ତ ଶଙ୍କର କୁ ଧରି ଧାମରା ଥାନାରେ ଜିମାଦେଇଥିଲେ । ଧାମରା ଥାନାଧିକାରୀ ମହିଳାଙ୍କ ଅଭିଯୋଗ ମୂଳେ ଧାମରା ଥାନାରେ ୩୭/୨୦ରେ ଏକ କେଶ ରୁଜୁ କରିବା ସହ ସଂପୃକ୍ତ ଶଙ୍କରକୁ କୋର୍ଟ ଚାଲାଣ କରିଛନ୍ତି । ଦିନକୁ ଦିନ ଧାମରା ଥାନା ଅଧିନସ୍ଥ ଦୋସିଙ୍ଗା ପଂଚାୟତରେ ଦୁଷ୍କର୍ମ ବଢି ବଢି ଚାଲିଥିବା ବେଳେ ପୁଲିସ ପ୍ରଶାସନ ସଂପୃକ୍ତ ଆସାମୀ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବୀ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.