Home ଜିଲ୍ଲା ପରିକ୍ରମା ଗ୍ରୀଷ୍ମ ଅବକାଶରେ ଶିକ୍ଷାର୍ଥୀଙ୍କ ପାଠପଢ଼ା ପାଇଁ ଅଭିନବ ପଦକ୍ଷେପ, ଭଦ୍ରକ ଜିଲ୍ଲା ଶିକ୍ଷା ପ୍ରଶାସନ ପକ୍ଷରୁ...

ଗ୍ରୀଷ୍ମ ଅବକାଶରେ ଶିକ୍ଷାର୍ଥୀଙ୍କ ପାଠପଢ଼ା ପାଇଁ ଅଭିନବ ପଦକ୍ଷେପ, ଭଦ୍ରକ ଜିଲ୍ଲା ଶିକ୍ଷା ପ୍ରଶାସନ ପକ୍ଷରୁ ଜାରିହେଲା ଟୋଲଫ୍ରି ନମ୍ବର ୧୮୦୦-୩୫୫୬-୮୧୧

16

ଭଦ୍ରକ, ୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗ୍ରୀଷ୍ମ ଅବକାଶରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାର୍ଥୀ ମାନଙ୍କୁ ବିଭିନ୍ନ ବିଷୟରେ ଶୈକ୍ଷିକ ସହାୟତା ପ୍ରଦାନ କରିବା ତଥା ବିଦ୍ୟାଳୟ ଶିକ୍ଷାକୁ ତ୍ୱରାନ୍ୱିତ କରିବାପାଇଁ ଭଦ୍ରକ ଜିଲ୍ଲା ଶିକ୍ଷା ପ୍ରଶାସନ ତରଫରୁ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏକ ସହାୟତା କେନ୍ଦ୍ର ଜିଲ୍ଲା ସମଗ୍ର ଶିକ୍ଷା କାର୍ଯ୍ୟାଳୟରେ ସ୍ଥାପନ କରାଯାଇଛି । ଏହି ସହାୟତା କେନ୍ଦ୍ର ତା.୦୧.୦୫.୨୦୨୩ ରିଖ ଠାରୁ ଆରମ୍ଭ ହୋଇ ତା. ୧୮.୦୬.୨୦୨୩ ରିଖ ପର୍ଯ୍ୟନ୍ତ ଚାଲିବ । ଏହି ସହାୟତା କେନ୍ଦ୍ରରେ ବରିଷ୍ଠ ତଥା ଅଭିଜ୍ଞ ଶିକ୍ଷକମାନେ ଦାୟିତ୍ୱରେ ରହିଛନ୍ତି । ଗ୍ରୀଷ୍ମ ଅବକାଶରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ପିତାମାତା ତଥା ଅଭିଭାବକମାନଙ୍କୁ ଶିକ୍ଷା ସମ୍ପର୍କୀତ ସହାୟତା ପ୍ରଦାନ କରିବା ସଙ୍ଗେ ସଙ୍ଗେ ଅବକାଶକାଳୀନ ଗୃହକାର୍ଯ୍ୟ କାର୍ଯ୍ୟକ୍ରମକୁ ତଦାରଖ କରିବେ । ଉପରୋକ୍ତ ଟୋଲ ଫ୍ରି ନମ୍ବର (୧୮୦୦-୩୪୫୬-୮୧୧) କୁ ରବିବାର ଏବଂ ଛୁଟିଦିନ ବ୍ୟତୀତ ଅନ୍ୟ କାର୍ଯ୍ୟଦିବସରେ ସକାଳ ୬ ଘଟିକାଠାରୁ ସଂଧ୍ୟା ୬ ଘଟିକା ମଧ୍ୟରେ ବ୍ୟବହାର କରି ଏହି ସହାୟତା କେନ୍ଦ୍ରର ସାହାଯ୍ୟ ନେଇପାରିବେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.