Home ଜିଲ୍ଲା ପରିକ୍ରମା ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ନିମନ୍ତେ ଜନ ଆନ୍ଦୋଳନ ଅପରିହାର‌୍ୟ୍ୟ

ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ନିମନ୍ତେ ଜନ ଆନ୍ଦୋଳନ ଅପରିହାର‌୍ୟ୍ୟ

10

ଭଦ୍ରକ, ୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୀର୍ଘ ଦୁଇ ଦଶନ୍ଧି ଧରି ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ନିମନ୍ତେ ବାରମ୍ବାର ଦାବୀ ହେଉଥିବା ସତ୍ତ୍ୱେ, ସରକାର ସେଥି ପ୍ରତି କର୍ଣ୍ଣପାତ କରୁ ନ ଥିବାରୁ , ଏବେ ଆନ୍ଦୋଳନ ବ୍ୟାପକ ରୂପ ନେବ ବୋଲି ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟିର ସଭାପତି ଡାକ୍ତର ହରେକୃଷ୍ଣ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ସ୍ୱତନ୍ତ୍ର ଅଧିବେଶନରେ ଏହି ମତ ପ୍ରକାଶ ପାଇଛି । ଜିଲ୍ଲାର ସମସ୍ତ ସାତଟି ବ୍ଳକରୁ ବରିଷ୍ଠ ନାଗରିକ ମହାସଂଘର ସଦସ୍ୟମାନେ ଏହି ଅଧିବେଶନରେ ଯୋଗ ଦେଇ ଜିଲ୍ଲା ସଦର ମହକୁମାରୁ ପ୍ରତିଟି ପଞ୍ଚାୟତ ଏବଂ ଗ୍ରାମସ୍ତରରେ ଏହି ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ମତ ଦେଇଥିଲେ । ସ୍ଥିର ହୋଇଛି ଯେ, ଚଳିତ ମଇ ମାସ ୨୪ ତାରିଖରେ ଜିଲା ସଦର ମହକୁମା ସହିତ ସାତଟି ବ୍ଳକରେ ଏହି ଆନ୍ଦୋଳନ ରୂପ ନେବ । ସେହିଦିନ ଭଦ୍ରକ ଜିଲ୍ଲାପାଳ ଏବଂ ପ୍ରତିଟି ବ୍ଳକର ତହସିଲଦାର କିମ୍ବା ବିଡିଓଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ କରାଯିବ । ଆଗାମୀ ୨୦୨୪ ନିର୍ବାଚନକୁ ଆଖିରେ ରଖି ଜିଲ୍ଲାର ସମସ୍ତ ବିଧାୟକ ଏବଂ ସାଂସଦକୁ ଏ ଆନ୍ଦୋଳନରେ ସାମିଲ କରିବା ପାଇଁ ଯୋଜନା ରହିଛି ।

ଯଦି ଜିଲାର ସମସ୍ତ ବିଧାୟକ ଓ ସାଂସଦ ଭଦ୍ରକର ଦାବୀ ପ୍ରତି ସଚେତନ ଥାଆନ୍ତେ, ବୋଧହୁଏ ଏ ଦାବୀ କେବେଠାରୁ ପୂରଣ ହୋଇସାରନ୍ତାଣି । କିନ୍ତୁ ସେମାନେ ନିଜ ସ୍ୱାର୍ଥରେ ବ୍ୟସ୍ତ ରହି ଭଦ୍ରକର ସମସ୍ୟା ପ୍ରତି ଉଦାସୀନ ରହୁଥିବାରୁ ସେମାନଙ୍କ ଉଦ୍ଦେଶ୍ୟରେ ନିନ୍ଦା ପ୍ରସ୍ତାବ ଆଗତ କରାଗଲା । ଏହି ଆଲୋଚନାରେ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟିର ଆବାହକ ପଣ୍ଡିତ ସଂଗ୍ରାମ ଆଚାର‌୍ୟ୍ୟ, ସ୍ତମ୍ଭକାର ଅଭୟ ଦ୍ୱିବେଦୀ, ସାମାଜିକ କର୍ମୀ ସୁଧାକର ରାଉତଙ୍କ ସମେତ ବାସୁଦେବପୁରରୁ ଗଙ୍ଗାଧର ପଣ୍ଡା, ତିହିଡିରୁ ବିଭୂତି ଭୂଷଣ ସେନାପତି, ଆଗରପଡାରୁ କୈଳାଶଚନ୍ଦ୍ର ଧଳ,କୋଠାରରୁ ବିଷ୍ଣୁ ଚରଣ ମହାନ୍ତି, ଚାନ୍ଦବାଲିରୁ ପ୍ରମୋଦ ତ୍ରିପାଠୀ,ସାହାଡା ରୁ ଚକ୍ରଧର ପାଣିଗ୍ରାହୀ, ବରିଷ୍ଠ ନାଗରିକ ମହାସଂଘର ସଭାପତି ଲଲାଟେନ୍ଦୁ ମହାନ୍ତି, ସଂପାଦକ କୈଳାଶ ମହାପାତ୍ର, ଡାକ୍ତର ପ୍ରଦୀପ ନାୟକ,ରାଧାରାଣୀ ମହାପାତ୍ର,ଚନ୍ଦ୍ରଶେଖର ନାୟକ, ବିଚିତ୍ର ମାହାନ୍ତି, ତିହିଡିରୁ ଧୀରେନ୍ଦ୍ର ସାହୁ, ପୂର୍ବତନ ବିଧାୟକ ନରେନ ପଲେଇ, ସନ୍ତୋଷ ଦାସ, ଇଂ ମହେଶ ଦାସ, ଲକ୍ଷ୍ମଣ ମହାନ୍ତି, ଲକ୍ଷ୍ମୀଧର ବାରିକ , ବାବୁଲାଲ ଦାସ ପ୍ରମୁଖ ଆଲେଶଚନାରେ ଅଂଶ ଗ୍ରହଣ କରି ମେଡିକାଲ କଲେଜ ପ୍ରତିଷ୍ଠା ଦାବୀକୁ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ଆହ୍ୱାନ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.