Home ଜିଲ୍ଲା ପରିକ୍ରମା ଗ୍ରାମ୍ୟଜଙ୍ଗଲ ଜମିରୁ ଗଛକଟା ଅଭିଯୋଗ

ଗ୍ରାମ୍ୟଜଙ୍ଗଲ ଜମିରୁ ଗଛକଟା ଅଭିଯୋଗ

32

ଭଦ୍ରକ, ୨୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ପାଟୁଳି ଗ୍ରାମର ଗ୍ରାମ୍ୟ ଜଙ୍ଗଲ ଜମିରୁ ବ୍ୟାପକ ଗଛକଟା ହୋଇଥିବା ଅଭିଯୋଗ ହୋଇଛି । ଗ୍ରାମର ରକ୍ଷିତ ଖାତା ଅନ୍ତର୍ଗତ ୫୩୩ ଗ୍ରାମ୍ୟ ଜଙ୍ଗଲ କିସମ ପ୍ଲଟରେ ଗ୍ରାମବାସୀମାନେ ନିମ୍ବ, ଅର୍ଜ୍ଜୁନ, ପୁଂଟିଆ ଆଦି ବୃକ୍ଷରୋପଣ କରିଥିଲେ । ରୋପଣ ହୋଇଥିବା ବୃକ୍ଷ ମଧ୍ୟରୁ ବଡ ବଡ ବହୁ ଗଛକୁ ଗ୍ରାମର ମଧୁସୂଦନ ଦତ୍ତବଳପୂର୍ବକ କାଟି ନେଇଥିବା ଅଭିଯୋଗ ହୋଇଛି । ଗ୍ରାମର ପ୍ରଶାନ୍ତ କୁମାର ଦେ ଓ ଅନ୍ୟମାନେ ଧାମନଗର ବନଅଧିକାରୀଙ୍କ ନିକଟରେ ଏଥିନେଇ ଅଭିଯୋଗ କରିଥିବା ଜଣାଯାଇଛି । ରୋପଣ ହୋଇଥିବା ବୃକ୍ଷକଟାକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି । ବନ ବିଭାଗ ପକ୍ଷରୁ ଏ ସମ୍ପର୍କରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.