Home ଓଡ଼ିଶା ଗ୍ରାମାଞ୍ଚଳରେ ଲକଡାଉନ କଡାକଡି: ଗାଁ ରୁ ବାହାରିଲେ ମାସ୍କ : ବରିଷ୍ଠଙ୍କୁ ବଜାର ବାରଣ

ଗ୍ରାମାଞ୍ଚଳରେ ଲକଡାଉନ କଡାକଡି: ଗାଁ ରୁ ବାହାରିଲେ ମାସ୍କ : ବରିଷ୍ଠଙ୍କୁ ବଜାର ବାରଣ

173

ବାଲିଗୁଡା, ୨୫-୪ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କରୋନା ମହାମାରୀ ଲାଗି କରାଯାଉଥିବା ଯୁଦ୍ଧରେ ସାମିଲ ହୋଇଛନ୍ତି ମାଲିପଡା ଗ୍ରାମର ୩0ଜଣ ଶିକ୍ଷିତ ଯୁବକ। ଗାଁ ଲୋକଙ୍କୁ ସଚେତନ କରିବା ସହ ଗାଁ ମୁଣ୍ଡରେ ଗେଟ କରି କରୁଛନ୍ତି ସଚେତନ, ଗାଁ ରୁ ବଜାର ଆସିଲେ ମାସ୍କ ବାଧ୍ୟତା ମୂଳକ କରିଥିବା ବେଳେ ବରିଷ୍ଠ ନାଗରିକ ମାନେ ବଜାର ଯିବା ପାଇଁ ବାରଣ କରୁଛନ୍ତି ତାହା ସହ ବାହାରୁ ଆସୁଥିବା ବ୍ୟକ୍ତି ଙ୍କୁ ନିଜ ଗାଁ ରେ ପସେଇ ନଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି ଏହି ଯୁବଗୋଷ୍ଠୀ। କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ମାଲିପଡା ଗ୍ରାମର କିଛି ସଚେତନ ଯୁବକ ଏଭଳି ନିଷ୍ପତ୍ତି ନେଇଛନ୍ତି। ଗ୍ରାମର ପ୍ରବେଶ ଦ୍ୱାରରେ କାଠ ବାନ୍ଧି ଜଗିରହିଛନ୍ତି। ଯିଏ ଏହି ରାସ୍ତା ଦେଇ ଗ୍ରାମ ଭିତରକୁ ଯିବ ପ୍ରଥମେ ତାକୁ ସାବୁନ ରେ ଭଲଭାବେ ହାତ ଧୋଇବା କୁ କହୁଛନ୍ତି ଏହି ଯୁବକ ମାନେ। ମୁହଁରେ ମାସ୍କ ଭିଡ଼ିବା ସହ ପରସ୍ପର ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବା ପାଇଁ ମଧ୍ୟ ବାଧ୍ୟ କରୁଥିବା ଦେଖିବାକୁ ମିଳିଛି। ଏହି ଗ୍ରାମର ପାଖାପାଖି ୩୦ ଜଣ ଯୁବକ କରୋନା ଯୋଦ୍ଧା ସାଜିଛନ୍ତି।ତୁମୁଡିବନ୍ଧ ପୋଲିସ ଙ୍କ ନେତୃତ୍ୱରେ ଏହି ଯୋଦ୍ଧା ମାନେ କେବଳ ନିଜ ଗ୍ରାମ ନୁହେଁ ସମଗ୍ର ତୁମୁଡିବନ୍ଧ ଅଞ୍ଚଳରେ ବୁଲି ବୁଲି ସଚେତନତା କାର୍ଯ୍ୟକ୍ରମ କରି ପୋଲିସ କୁ ସହଯୋଗ କରୁଛନ୍ତି। ଏହି ଯୁବକ ଙ୍କ ଭିତରେ ଯୁବ ସଭାପତି ଶାନ୍ତନୁ ପରାସେଟ, ଉପ ସଭାପତି ଦିବ୍ୟ ପରାସେଟ, ସମ୍ପାଦକ ସୁବ୍ରତ ପରାସେଟ, ଉପ ସମ୍ପାଦକ ବାବୁ ପରାସେଟ, ଓ ତୁଷାର ବଡ଼ସେଟ, ବବୁଲ ବଡ଼ସେଟ ପ୍ରମୁଖ ସାମିଲ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.