Home ଖେଳ ଗ୍ରାମାଚଂଳ କ୍ରିକେଟ ଖେଳରେ କୃଷିମନ୍ତ୍ରୀ ନିଜେ ଖେଳିଲେ

ଗ୍ରାମାଚଂଳ କ୍ରିକେଟ ଖେଳରେ କୃଷିମନ୍ତ୍ରୀ ନିଜେ ଖେଳିଲେ

159

ନୟାଗଡ଼, ୨୪ା୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ପାଠପଢା ସହିତ ଖେଳ ଖେଳିବା ଯୁବକମାନଙ୍କ ପାଇଁ ଅତୀବ ଗୁରୁତ୍ୱତା ରହିଛି। ଦେହ, ମନ ପ୍ରଫୁଲ୍ଲିତ ରହିବା ଏପରିକି ଯୋଗ, ବ୍ୟାୟାମ ପରି ଖେଳ ବି ଶରୀରର ସ୍ଥାଣୁତା, ନିଶ୍ଚଳତା ଓ କାର୍ଯ୍ୟ ଦକ୍ଷତା ଏବଂ କାର୍ଯ୍ୟ କ୍ରିୟାଶୀଳ କରିବା ପାଇଁ ଏକ ପ୍ରମୁଖ ମାଧ୍ୟମ। ସହରରେ ଯେପରି ଖେଳର ଗୁରୁତ୍ୱ ରହିଛି ଏବେ ଗ୍ରାମାଚଂଳରେ ମଧ୍ୟ ତା’ତାଠୁ ଅଧିକା ଖେଳର ଆଦରତା ବଢି ଯାଇଛି। ଖେଳକୁ ଗୁରୁତ୍ୱ ଦେଉଥିବା କୃଷି, ଉଚ୍ଚଶିକ୍ଷା, ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ରବିବାର ନୟାଗଡ଼ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା କ୍ରିକେଟ ଖେଳରେ ଯୋଗଦେଇ ନିଜେ ଖେଳିବା ସହିତ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ପରିପ୍ରେକ୍ଷିରେ ମନ୍ତ୍ରୀ ଡ.ସାହୁ ଶରଧାପୁର, କ୍ରିଦାଶପୁର ଓ ବାଉଁଶିଆଁପଡ଼ା ଆଦି ସ୍ଥାନରେ ଅନୁଷ୍ଠିତ ହେଉଥିବା କ୍ରିକେଟ ଖେଳରେ ଯୋଗଦେଇଥିଲେ। ମନ୍ତ୍ରୀଙ୍କ ଉନ୍ନତ ଧରଣର ବ୍ୟାଟିଂ ଦେଖି ଖେଳାଳୀମାନେ ଓ ଖେଳ ଦେଖିବାକୁ ଆସିଥିବା ଦର୍ଶକମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.