Home ଓଡ଼ିଶା ଗ୍ରାମରେ ବେଳୁନ ସଦୃଶ୍ୟ ପାରାସୁଟ ଖସିବା ଦେଖି ଲୋକେ ଆତଙ୍କିତ, ପୁଲିସର ତଦନ୍ତ ଆରମ୍ଭ

ଗ୍ରାମରେ ବେଳୁନ ସଦୃଶ୍ୟ ପାରାସୁଟ ଖସିବା ଦେଖି ଲୋକେ ଆତଙ୍କିତ, ପୁଲିସର ତଦନ୍ତ ଆରମ୍ଭ

338

ମାଲକାନଗିରି, ୧୪।୯ (ଓଡ଼ିଆ ପୁଅ) ମାଲକାନଗିରି ଜିଲ୍ଲା ମୋଟୁ ଥାନସ୍ଥ MPV ୮୩ ଗ୍ରାମରେ ଆଜି ଏକ ବେଳୁନ ସଦୃଶ୍ୟ ପାରାସୁଟ ଉଡି ଆସିଥିବା ଦେଖିବାକୁ ମିଳିଛି। ଆଜି ସକାଳୁ ଏକ ଜମିରେ ଏହି ପ୍ୟାରସୁଟ ଟି ପଡିଥିବା ବେଳେ ସ୍ଥାନୀୟ ଲୋକେ ଏହାକୁ ଦେଖି ପୋଲିସକୁ ଖବର ଦେଇଥିଲେ। ପ୍ୟାରସୁଟରେ ଭାରତ ସରକାର ଲେଖା ରହିବା ସହ ଅଶୋକ ସ୍ତମ୍ଭ ରହିଛି। ତେବେ ଏହା କେଉଁଠୁ ଏବଂ କେମିତି ଆସିଲା ସେନେଇ କୌଣସି ଖବର ନଥିବା ବେଳେ ଲୋକେ ଏହାକୁ ଦେଖିବାକୁ ଭିଡ଼ ଜମାଇଛନ୍ତି। ପ୍ରଥମ ଥର ପାଇଁ ଏଭଳି ପାରସୁଟକୁ ଦେଖି ଲୋକେ ସ୍ତମ୍ବୀଭୁତ ହୋଇ ରହିଛନ୍ତି। ଘଟଣା ସ୍ଥଳରେ ମୋଟୁ ପୋଲିସ ଓ ଅଗ୍ନିଶମ ବିଭାଗ ପହଁଚି ତଦନ୍ତ ଆରମ୍ଭ କରିବା ସହ ବେଳୁନ ସଦୃଶ୍ୟ ପାରାସୁଟଟିକୁ କାଲିମେଳା ଅଗ୍ନିଶମ ବିଭାଗ ମୋଟୁ ପୋଲିସକୁ ହସ୍ତାନ୍ତର କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.