Home କେନ୍ଦୁଝର ଗ୍ରାମବାସୀଙ୍କ ଦ୍ୱାରା ମଦ ଜବଦ

ଗ୍ରାମବାସୀଙ୍କ ଦ୍ୱାରା ମଦ ଜବଦ

129

ହାଟଡ଼ିହି, ୨ /୭/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଡଅଁର ପଞ୍ଚାୟତ ସରଳା ଗ୍ରାମବାସୀଙ୍କ ଦ୍ୱାରା ୧୦ଲିଟର ଦେଶୀ ମଦ ଜବଦ କରାଯାଇ ପୁଲିସକୁ ହସ୍ତାନ୍ତର କରାଯାଇଛି । ଖବରରୁ ଜଣାଯାଇଛି ଯେ ଗ୍ରାମରେ ମଦ ବିକ୍ରୀ ନକରିବାପାଇଁ ଗାଁର ଯୁବକମାନେ ବହୁଦିନ ହେଲା ପ୍ରୟାସ ଚଳାଇଛନ୍ତି । କିନ୍ତୁ କିଛି ବ୍ୟକ୍ତି ଲୁଚା ଛପାରେ ଗାଁରେ ମଦ ବିକ୍ରୀ କରୁଛନ୍ତି । ଆଜି ଗାଁର ଜଣେ ଦୋକାନୀ ଦେଶୀମଦ ବିକ୍ରୀ କରୁଥିବା ଖବରପାଇ ଗାଁ ଲୋକେ ଚଢ଼ାଉ କରିଥିଲେ । ଗାଁ ଲୋକଙ୍କ ଚେତାବନୀରେ ମଦ ବିକ୍ରୀ କରୁଥିବା ଦୋକାନୀ ଜଣକ ଘରେ ଲୁଚାଇ ରଖିଥିବା ମଦକୁ ବାହାର କରି ଗାଁ ଲୋକଙ୍କୁ ଦେଇଥିଲା । ଗ୍ରାମବାସୀମାନେ ଚୌକିଦାରକୁ ଜବଦ ମଦକୁ ଜିମା ଦେଇଥିଲେ । ଗ୍ରାମବାସୀମାନେ ଏନେଇ ନନ୍ଦିପଦା ପୁଲିସକୁ ଜଣାଇବାପରେ ନନ୍ଦିପଦା ପୁଲିସ ବହୁ ବିଳମ୍ବରେ ଯାଇ ଘଟଣାସ୍ଥଳରେ ପହଞ୍ଚିଥିଲା । ଫଳରେ ମଦ ବିକ୍ରୀ କରୁଥିବା ଦୋକାନୀ ଜଣକ କେଉଁଆଡେ ଫେରାର ହୋଇଯାଇଥିଲା । ପୁଲିସ ଗ୍ରାମର ଚୌକିଦାର ପାଖରୁ ମଦତକ ଜବଦ କରି ଥାନାକୁ ଆଣିଥିବା ଜଣାଯାଇଛି । ଖାଲି ସରଳା ନୁହଁ ଆଖ ପାଖ ଗ୍ରାମରେ ଚୋରା ମଦବିକ୍ରୀ ଯୋର ସୋରରେ ଚାଲୁଥିବାବେଳେ ପୁଲିସ କି ଅବକାରୀ ବିଭାଗ ଏହାକୁ ରୋକିବା କ୍ଷେତ୍ରରେ ସ୍ୱତନ୍ତ୍ର ପଦକ୍ଷେପ ନେଉ ନଥିବାରୁ ଚୋରା ମଦବିକ୍ରୀ ବୃଦ୍ଧି ପାଇବା ସହ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.