Home Top News ଖୁଚୁରା ଏବଂ ହୋଲସେଲ ବାଣିଜ୍ୟକୁ ଏମଏସଏମଇ ଶ୍ରେଣୀରେ ଅନ୍ତର୍ଭୁକ୍ତ କରିବାକୁ କେନ୍ଦ୍ର ସରକାରଙ୍କ ଘୋଷଣା

ଖୁଚୁରା ଏବଂ ହୋଲସେଲ ବାଣିଜ୍ୟକୁ ଏମଏସଏମଇ ଶ୍ରେଣୀରେ ଅନ୍ତର୍ଭୁକ୍ତ କରିବାକୁ କେନ୍ଦ୍ର ସରକାରଙ୍କ ଘୋଷଣା

65

ନୂଆଦିଲ୍ଲୀ ୦୨ ଜୁଲାଇ (ଓଡିଆ ପୁଅ) ଏମଏସଏମଇ ଏବଂ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ଶ୍ରୀ ନିତିନ ଗଡକରୀ ଆଜି ଖୁଚୁରା ଏବଂ ହୋଲସେଲ ବାଣିଜ୍ୟକୁ ଏମଏସଏମଇ ଶ୍ରେଣୀରେ ଅନ୍ତର୍ଭୁକ୍ତ କରି ଏମଏସଏମଇ ପାଇଁ ସଂଶୋଧିତ ନିର୍ଦ୍ଦେଶାବଳୀ ଘୋଷଣା କରିଛନ୍ତି।

ସେ ଏକ ଟୁଇଟ୍‌ରେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନେତୃତ୍ୱରେ ଆମେ ଏମଏସଏମଇକୁ ମଜବୁତ କରିବା ଏବଂ ସେମାନଙ୍କୁ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଇଞ୍ଜିନ ଭାବରେ ଗଢ଼ିତୋଳିବା ପାଇଁ ପ୍ରତିଶ୍ରୁତିବଦ୍ଧ। ସଂଶୋଧିତ ନିର୍ଦ୍ଦେଶାବଳୀରେ ୨.୫ କୋଟି ରିଟେଲ ଏବଂ ହୋଲସେଲ ବ୍ୟବସାୟୀ ଉପକୃତ ହେବେ ବୋଲି ଶ୍ରୀ ଗଡକରୀ କହିଛନ୍ତି।

ସେ କହିଛନ୍ତି ଯେ ରିଟେଲ ଏବଂ ହୋଲସେଲ ବାଣିଜ୍ୟ ଏମଏସଏମଇର ଆଭିମୁଖ୍ୟରୁ ବଞ୍ଚିତ ହୋଇଛି, ବର୍ତ୍ତମାନ ସଂଶୋଧିତ ନିର୍ଦ୍ଦେଶାବଳୀ ଅନୁଯାୟୀ ଖୁଚୁରା ଏବଂ ହୋଲସେଲ ବାଣିଜ୍ୟ ମଧ୍ୟ ଆରବିଆଇ ନିର୍ଦ୍ଦେଶାବଳୀ ଅନୁଯାୟୀ ପ୍ରାଥମିକ କ୍ଷେତ୍ର ଋଣ ପ୍ରଦାନର ଲାଭ ପାଇବ।

ସଂଶୋଧିତ ନିର୍ଦ୍ଦେଶାବଳୀ ସହିତ ଖୁଚୁରା ଏବଂ ହୋଲସେଲ ବ୍ୟବସାୟକୁ ଉଦୟ ପଞ୍ଜୀକରଣ ପୋର୍ଟାଲରେ ପଞ୍ଜିକରଣ କରିବାକୁ ଅନୁମତି ଦିଆଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.