Home କେନ୍ଦୁଝର ଡ. ଶମ୍ବୁନାଥ ରାଉତଙ୍କୁ ଅବସରକାଳୀନ ଶୁଭେଚ୍ଛା

ଡ. ଶମ୍ବୁନାଥ ରାଉତଙ୍କୁ ଅବସରକାଳୀନ ଶୁଭେଚ୍ଛା

173

ହାଟଡ଼ିହି, ୨ /୭/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଜଗତସିଂପୁର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଭାବେ ରାଜ୍ୟରେ ନିଜର ପରିଚୟ ସୃଷ୍ଟିକରିପାରିଥିବା ପ୍ରଶାସନିକ ଅଧିକାରୀ ଡ. ଶମ୍ବୁନାଥ ରାଉତ ଅବସର ଗ୍ରହଣ କରିଛନ୍ତି । ଏଥିପାଇଁ ଜଗତସିଂପୁର ଜିଲ୍ଲା ଠାରୁ ଆରମ୍ଭକରି ନିଜ କେନ୍ଦୁଝର ଜିଲ୍ଲାରେ ମଧ୍ୟ ବିଭିନ୍ନ ସଂଗଠନ ପକ୍ଷରୁ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ଦିଆଯାଇଛି । ସେ ହାଟଡିହି ବ୍ଲକର ସାମାଜିକ ସୁରକ୍ଷା ଅଧିକାରୀ ଭାବେ ବହୁବର୍ଷ କାମ କରିବା ସହ ବିଭିନ୍ନ ସାମାଜିକ ସଂଗଠନ ସହିତ ଜଡିତ ରହି ସମାଜସେବା କ୍ଷେତ୍ରରେ ଉଲେଖନୀୟ କାର୍ଯ୍ୟ କରିଛନ୍ତି । ଏଥିପାଇଁ ଗତକାଲି ଅଣାମଠ ଠାରେ ତାଙ୍କର ଅନେକ ବନ୍ଧୁ ଓ ଶୁଭେଚ୍ଛୁ ମାନଙ୍କ ଦ୍ୱାରା ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ୱାମୀ ଜ୍ଞାନାନନ୍ଦ ଗିରି ମହାରାଜ, କୃଷକ ମୋର୍ଚ୍ଚାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମହେଶ୍ୱର ସାହୁ, ପୁର୍ବତନ ଜିଲ୍ଲାପରିଷଦ ସଦସ୍ୟ ସନାତନ ବେହେରା, ଉପେନ୍ଦ୍ର ସେନାପତି, ବିଷ୍ଣୁ ବାରିକ, ସୁଶାନ୍ତ ଜେନା, ରାମଚନ୍ଦ୍ର ବେହେରା, ପିତାମ୍ବର ମଲ୍ଲିକ, ପବିତ୍ର ମୋହନ ମଲ୍ଲିକ, ଭିକାରୀ ରାଉତ, ପୁର୍ଣ୍ଣଚନ୍ଦ୍ର ପଣ୍ଡା, କାଳନ୍ଦୀ ବେହେରା, ବାଇଧର ମହାଳିକଙ୍କ ସମେତ ବହୁ ବ୍ୟକ୍ତି ଯୋଗଦେଇଥିଲେ । ଏହି ଅବସରରେ ତାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯିବା ସହିତ ତାଙ୍କର ଅବସର ଜୀବନ ଶୁଖମୟ ହେଉ ବୋଲି ପ୍ରାର୍ଥନା କରିଥିଲେ । ଶ୍ରୀଯୁକ୍ତ ରାଉତ ଚାକିରୀ ଜୀବନରୁ ଅବସର ନେବାପରେ ଏବେ ସମାଜସେବାରେ ନିଜକୁ ନିୟୋଜିତ କରିବାକୁ ଇଚ୍ଛା ପ୍ରକଟ କରିଥିବା କହିଥିଲେ । ଏଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.