Home କେନ୍ଦୁଝର ଫିକା ପଡିଲା ପଞ୍ଚୁକ ବୁଡ

ଫିକା ପଡିଲା ପଞ୍ଚୁକ ବୁଡ

30

ହାଟଡ଼ିହି, ୩୦/୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ପ୍ରତିବର୍ଷ ପବିତ୍ର କାର୍ତ୍ତିକ ପୁର୍ଣ୍ଣିମା ଅବସରରେ ହଜାର ହଜାର ଶ୍ରଦ୍ଧାଳୁ ବୈତରଣୀର ହାବଳେଶ୍ୱର ଘାଟରେ ବୁଡ ପକାଇବା ସହିତ ଡଙ୍ଗା ଭଷାଇଥାନ୍ତି । କିନ୍ତୁ ଚଳିତବର୍ଷ କୋଭିଡ କଟକଣା ଯୋଗୁଁ ଏହି ପଞ୍ଚୁକ ବୁଡ ଫିକା ପଡିଛି । ପ୍ରଶାସନ ପକ୍ଷରୁ ନଦୀରେ ବୁଡ ପକାଇବାକୁ ବାରଣ କରାଯାଇଥିବାରୁ ଚଳିତବର୍ଷ ବାହାର ଜିଲ୍ଲାର ଭକ୍ତ କିମ୍ବା ଶ୍ରଦ୍ଧାଳୁ ମାନେ ଆସିନାହାନ୍ତି । ମାତ୍ର ଅଳ୍ପ କିଛି ଗ୍ରାମବାସୀ ନଦୀରେ ବୁଡ ପକାଇବା ସହିତ ବୋଇତ ବନ୍ଦାଣ କରି ପ୍ରାଚୀନ ଶୈବପୀଠରେ ପୂଜାର୍ଚ୍ଚନା କରିଥିଲେ । ଏଠାରେ ବୁଡ ପକାଇବା ପାଇଁ ଭଦ୍ରକ, ଯାଜପୁର ଓ କେଉଁଝର ଜିଲ୍ଳାରୁ ଶ୍ରଦ୍ଧାଳୁମାନେ ଆସି ପୁର୍ବ ରାତିରୁ ହାବଳେଶ୍ୱର ଗ୍ରାମରେ ରହି ରାତ୍ରୀଯାପନ ପରେ ଭୋର ସମୟରୁ ପାରମ୍ପରିକ ରିତୀନୀତି ଅନୁଯାଇ ବୈତରଣୀରେ ବୁଡପକାଇ ଡଙ୍ଗା ଭଷାଣ କରିଥାନ୍ତି । ଆକାମା ବଇ, ପାନଗୁଆ ତୋର, ମାସକ ଧରମ ମୋର ଡାକରେ ସମଗ୍ର ଅଞ୍ଚଳଟି ଉଛୁଳି ଉଠୁଥିଲା । କିନ୍ତୁ ଚଳିତବର୍ଷ ଶ୍ରଦ୍ଧାଳୁ ମାନଙ୍କ ସମାଗମ ନଥିବାରୁ ଏହି ପଞ୍ଚୁକ ବୁଡ ସମ୍ପୁର୍ଣ୍ଣ ଫିକା ପଡିଯାଇଛି । ସେହିପରି ମୁଗୁପୁର, ସମଣା, ବଞ୍ଚୋ ପ୍ରଭୃତି ବୈତରଣୀ ଘାଟରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିନଥିଲା । ସେହିପରି ସାଳନ୍ଦୀ ନଦୀଘାଟ ଓ ପ୍ରତି ଗାଁର ପୁଷ୍କରଣୀ ନିକଟରେ ଅଳ୍ପ କିଛି କିଛି ଶ୍ରଦ୍ଧାଳୁ ବୁଡ ପକାଇ ଡଙ୍ଗା ଭଷାଉଥିବା ଦେଖିବାକୁ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.