Home ଜିଲ୍ଲା ପରିକ୍ରମା ସମାଜବାଦ ଓ ଜାତୀୟ ଏକତାର ପ୍ରକୃତ ବାର୍ତ୍ତାବହ ଥିଲେ ସଚି ଭାଇ, ଆଇନଜୀବୀ ସଚିଦାନନ୍ଦ ମହାନ୍ତିଙ୍କ...

ସମାଜବାଦ ଓ ଜାତୀୟ ଏକତାର ପ୍ରକୃତ ବାର୍ତ୍ତାବହ ଥିଲେ ସଚି ଭାଇ, ଆଇନଜୀବୀ ସଚିଦାନନ୍ଦ ମହାନ୍ତିଙ୍କ ୫ମ ଶ୍ରାଦ୍ଧ ବାର୍ଷିକ ପାଳିତ

26

ଭଦ୍ରକ, ୩୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଶିଷ୍ଟ ସମାଜବାଦୀ ଓ ବରିଷ୍ଠ ଆଇନ୍‌ଜୀବୀ ସ୍ୱର୍ଗତ ସଚିଦାନନ୍ଦ ମହାନ୍ତିଙ୍କ ପଞ୍ଚମ ଶ୍ରାଦ୍ଧ ବାର୍ଷିକି ଉପଲକ୍ଷେ ଭଦ୍ରକ ସହର ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଓକିଲ ସଂଘ ତରଫରୁ ଓକିଲ ସଂଘ ଗୃହରେ ଥିବା ସ୍ୱର୍ଗତ ମହାନ୍ତିଙ୍କ ତୈଳ ଫଟୋ ଚିତ୍ରରେ ବାର ଆସୋସିଏସନ୍‌ର ସଭାପତି ଦିଲିପ୍ ମହାପାତ୍ର ଓ ଉପ ସଭାପତି ଗୋପବନ୍ଧୁ ଦିକ୍ଷିତ ଓ ସ୍ମୃତି କମିଟି ତରଫରୁ ଆଡ଼୍‌ଭୋକେଟ ବିଷ୍ଣୁମୋହନ ମହାପାତ୍ର ଓ ଅନ୍ୟାନ ଆଇନ୍‌ଜୀବୀ ମାନଙ୍କ ଉପସ୍ଥିତିରେ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା। କୁଆଁସ ସ୍ଥିତ ସମାଧିପୀଠରେ ବରିଷ୍ଠ ସାମ୍ବାଦିକ ଅମର ନାୟକଙ୍କ ଆବାହକତ୍ୱରେ ଗାନ୍ଧୀ ଓଡ଼ିଶା ବାଳାଶ୍ରମରେ ଅନ୍ତେବାସୀ ଓ କେନ୍ଦ୍ରାପଡ଼ାର ବିଧାୟକ ଶଶୀଭୂଷଣ ବେହେରା, ସାଂସଦ ମଞ୍ଜୁଲତା ମଣ୍ଡଳ, ବିଧାୟକ ବିଷ୍ଣୁ ସେଠୀ, ବିଧାୟକ ସଞ୍ଜୀବ ମଲ୍ଲିକ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନ୍‌ଜୀବୀ ଚିତ୍ତ ରଞ୍ଜନ ମହାନ୍ତି, ପ୍ର. ଶୈଳେନ୍ଦ୍ର ମହାପାତ୍ର, କାଉନ୍‌ସିଲର ଜ୍ୟୋର୍ତିମୟୀ ପଟ୍ଟନାୟକ, ଏସ୍ ଏମ୍ ଫାରୁକ୍‌, ସୁଧାକର ରାଉତ ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ମାଲ୍ୟାର୍ପଣ ସହ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ ଓ ସର୍ବ ଧର୍ମ ପ୍ରାର୍ଥନାରେ ସାମିଲ ହୋଇଥିଲେ।

ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ନାଟ୍ୟକାର ଓ ଜଗତ ଜନନୀ ପତ୍ରିକାର ସମ୍ପାଦକ ସୁଧାକର ନନ୍ଦଙ୍କ ସଭାପତିତ୍ୱରେ ଆଲୋଚନା ଚକ୍ରକୁ କେନ୍ଦ୍ରାପଡ଼ା ବିଧାୟକ ଶଶୀ ଭୂଷଣ ବେହେରା ପ୍ରଦିପ ପ୍ରଜ୍ୱଳନ କରି ଉଦଘହଟନ କରିଥିଲେ। ପ୍ରଥମେ ସମାଜସେବୀ ଲଲାଟେନ୍ଦୁ ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ। ସଭାର ପ୍ରାରମ୍ଭରେ ବିରୋଧିଦଳର ଉପନେତା ତଥା ବିଧାୟକ ବିଷ୍ଣୁ ସେଠୀ ସମାଜବାଦ ଓ ଜାତୀୟ ଏକତା ର ବର୍ତ୍ତମାନ ସମୟରେ ପ୍ରାସଙ୍ଗିକତା ଉପରେ ଆଲୋକପାତ କରିଥିଲେ। ଉଦ୍‌ଘାଟକ ବିଧାୟକ ଶଶୀଭୂଷଣ ବେହେରା ସମାଜବାଦ ଓ ଜାତୀୟ ଏକତାର ପ୍ରକୃତ ବାର୍ତ୍ତାବହ ସଚିଭାଇ ଥିଲେ ବୋଲି ମତ ପ୍ରକାଶ କରିଥିଲେ। ବିଧାୟକ ପ୍ରଫୁଲ୍ଲ ସାମଲ ବର୍ତ୍ତମାନର ପରିସ୍ଥିତିରେ ସମାଜବାଦକୁ ନେଇ ସମ୍ବିଧାନ ସୁରଷାର ଆବଶ୍ୟକତାକୁ ଚର୍ଚା କରିଥିଲେ ଓ ଏଥିପାଇଁ ଭଦ୍ରକରେ ସଚିଭାଇଙ୍କ ପରି ଜଣେ ସମାଜବାଦୀ ବ୍ୟକ୍ତିଙ୍କ ଆବଶ୍ୟକତା ଅଛି ବୋଲି ମତ ରଖିଥିଲେ। ମୁଖ୍ୟବକ୍ତା ବିଶିଷ୍ଟ ସମାଜବାଦ ନେତା ତଥା ଓଡ଼ିଶା ହାଇକୋର୍ଟର ଆଇନ୍‌ଜୀବୀ ଚିତ୍ତ ରଞ୍ଜନ ମହାନ୍ତି ଛାତ୍ର ଆନ୍ଦୋଳନ ସମୟରୁ ସଚିଭାଇଙ୍କର ଅନୁଗାମୀ ଥିଲେ ବୋଲି ମତ ପ୍ରକାଶ କରିଥିଲେ। ସମାଜବାଦ ଓ ଜାତୀୟ ଏକତା ଉପରେ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ପୌରପାଳିକାର ଅଧ୍ୟକ୍ଷା ଗୁଲ୍‌ମକ୍କୀ ଦଲବାଜ ହବିବ୍ ସ୍ୱର୍ଗତ ମହାନ୍ତିଙ୍କୁ ଜଣେ ସଚ୍ଚା ମଣିଷ ବୋଲି ମତବ୍ୟକ୍ତ କରିଥିଲେ।

ଏହି ଆଲୋଚନା ଚକ୍ରରେ ସଭାର ମୁଖ୍ୟବକ୍ତା ଚିତ୍ତ ରଞ୍ଜନ ମହାନ୍ତିଙ୍କୁ ସଚିଦାନନ୍ଦ ମହାନ୍ତି ଜିଲ୍ଲା ସ୍ମୃତି କମିଟି ପକ୍ଷରୁ ମାନପତ୍ର ଉପଢୌକନ ଦେଇ ଉପସ୍ଥିତ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ଏହି ମାନପତ୍ରକୁ ତାଙ୍କ ଉଦ୍ଦେଶ୍ୟରେ ନାରୀନେତ୍ରୀ ସୁରଜିତା ନାୟକ ପାଠ କରିଥିଲେ। ଏହି ଆଲୋଚନା ଚକ୍ରରେ ବରିଷ୍ଠ ଆଇନଜୀବୀ ନିରାକାର ଜେନା, ତ୍ୟାଗଭୂମି ସଭାପତି ଅଜୟ ନାୟକ, ବରିଷ୍ଠ ସମାଜସେବୀ ଲକ୍ଷ୍ମୀ ମହାପାତ୍ର, ଆଇନ୍‌ଜୀବୀ ତୁସାରକାନ୍ତ ମହାନ୍ତି, ପବନ ଶର୍ମା ପ୍ରମୁଖ ମତ ରଖିଥିବା ବେଳେ ଡ. ରାମଚନ୍ଦ୍ର ପଣ୍ଡା, ସମାଜସେବୀ କିଶୋର ମହାପାତ୍ର, ଶାନ୍ତନୁ ରାଉତ, ସେଖ୍ ଉମର ଅଲ୍ଲି, ବାଦଲ ମହାପାତ୍ର, ସୀତାକାନ୍ତ ଦାସ, ଆଇନ୍‌ଜୀବୀ ଦିବ୍ୟସିଂ ନାୟକ, ଆଇନ୍‌ଜୀବୀ ଜତିକାନ୍ତ ନାୟକ, ଆଇନ୍‌ଜୀବୀ ଅତିସ ବେହେରା, ରୋଟାରୀଆନ୍ ଶିଶିର ମିଶ୍ର, ପ୍ରାଧ୍ୟାପକ ପବିତ୍ର ପାଣିଗ୍ରାହୀ, ଆକାଶ ବାଣୀ ସମ୍ବାଦଦାତା ଅଶୋକ କୁମାର ନାୟକ, ଗାନ୍ଧି ଓଡ଼ିଶା ବାଳାଶ୍ରମର ସମ୍ପାଦକ ଅଶୋକ ଦାସ, ଅଧିକ୍ଷକ ହୃଷିକେଶ ମହାନ୍ତି, ଡ. ରାଧାରାଣୀ ମହାପାତ୍ର, ଶାନ୍ତିଲତା ନାଗ୍‌, ଡ. ପ୍ରଭାତ ନଳୀନି ମହାପାତ୍ର, ବସୁମିତ୍ରା ସାହୁ ଓ ଅଭିଜିତ ନାୟକ, ଗୌରାଙ୍ଗ ପଣ୍ଡା ପ୍ରମୁଖ ଯୋଗଦେଇ ସ୍ୱର୍ଗତ ମହାନ୍ତିଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ପରିବାର ତରଫରୁ ଜୟପ୍ରକାଶ ମହାନ୍ତି, ଜୀବନ ପ୍ରକାଶ ମହାନ୍ତି, ଅସିତ୍ କୁମାର ଖୁଣ୍ଟିଆ ପ୍ରମୁଖ ସଭା ପରିଚାଳନା କରିଥିବା ବେଳେ ବିରେନ୍ଦ୍ର ଖୁଣ୍ଟିଆ ଶ୍ରଦ୍ଧାଞ୍ଜଳୀ କବିତା ପାଠ କରିଥିଲେ। ଶେଷରେ ଯୁବ ସମାଜସେବୀ ଜ୍ୟୋତିପ୍ରକାଶ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.