Home ଜିଲ୍ଲା ପରିକ୍ରମା ଗୋଳାପୋଖରୀରେ ଦମକଳକେନ୍ଦ୍ର ନୂତନଗୃହ ନିର୍ମାଣ ପାଇଁ ଜମି ଚିହ୍ନଟ, ପ୍ରଶାସନ ଓ ପୁଲିସର ଉପସ୍ଥିତିରେ ସରିଲା...

ଗୋଳାପୋଖରୀରେ ଦମକଳକେନ୍ଦ୍ର ନୂତନଗୃହ ନିର୍ମାଣ ପାଇଁ ଜମି ଚିହ୍ନଟ, ପ୍ରଶାସନ ଓ ପୁଲିସର ଉପସ୍ଥିତିରେ ସରିଲା ଲେଆଉଟ କାର୍ଯ୍ୟ

44

ଭଦ୍ରକ, ୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ତହସିଲ ଅଧୀନ ଗୋଳାପୋଖରୀ ମୌଜାରେ ବହୁ ବାଦ ବିବାଦ ପରେ ଶେଷରେ ଦମକଳ କେନ୍ଦ୍ର ନୂତନ ଗୃହ ନିର୍ମାଣ ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଛି। ପରେ ଏହି ଜମିରେ ପ୍ରଶାସନ ଓ ପୁଲିସ ଉପସ୍ଥିତିରେ ଗୃହ ନିର୍ମାଣ ପାଇଁ ଲେଆଉଟ କାର୍ଯ୍ୟ ମଧ୍ୟ ସରିଯାଇଛି। ଶନିବାର ସକାଳେ ଦମକଳ କେନ୍ଦ୍ର ନୂତନ ଗୃହ ନିର୍ମାଣ ପାଇଁ ପୂର୍ବ ନିର୍ଦ୍ଧାରିତ ଜମିରେ ଲେଆଉଟ ଦେବାକୁ ପ୍ରଶାସନ ଯାଇଥିଲା। ତେବେ ସେଠାରେ ଫତେପୁର ସରପଞ୍ଚ ପ୍ରଦୀପ ବଳଙ୍କ ସମେତ ସ୍ଥାନୀୟ କିଛି ପୁରୁଷ ଓ ମହିଳା ଏହାକୁ ବିରୋଧ କରିଥିଲେ। ଯେଉଁ ଜମିରେ ଦମକଳ କେନ୍ଦ୍ର ଗୃହ ନିର୍ମାଣ ହେବାକୁ ପଟ୍ଟା ମିଳିଥିଲା ସେହି ଜମି ଖେଳପଡ଼ିଆ ଭାବେ ବ୍ୟବହୃତ ହେଉଥିବାରୁ ଲୋକମାନେ ଖେଳପଡ଼ିଆରେ ଦମକଳକେନ୍ଦ୍ର ଗହ କରାଇ ନଦେବାକୁ କହିଥିଲେ। ଯାହାଫଳରେ ଉପସ୍ଥିତ ଥିବା ଓଡ଼ିଶା ମୁଖ୍ୟ ଆଗ୍ନିକ ରମେଶ ଚନ୍ଦ୍ର ମାଝୀ, ଅତିରିକ୍ତ ଆଗ୍ନିକ ରମେଶ ଚନ୍ଦ୍ର ବେହେରା, ତହସିଲଦାର ପ୍ରତୀକ କୁମାର ସାହୁ ଓ ତିହିଡ଼ି ଥାନା ଅଧିକାରୀ ତପନ କୁମାର ପ୍ରଧାନ, ତିହିଡ଼ି ଦମକଳ କେନ୍ଦ୍ର ଅଧିକାରୀ ଆଲୋକଦେବ ଗୋସ୍ୱାମୀ, ପୁଲିସ ହାଉସିଂ ନିଗମର ମ୍ୟାନେଜର ଆନନ୍ଦ ଚନ୍ଦ୍ର ପଣ୍ଡା, ସରପଞ୍ଚ ପ୍ରଦୀପ ବଳ ପ୍ରମୁଖ ଆଲୋଚନା କରି ପୂର୍ବରୁ ନିର୍ଦ୍ଧାରିତ ଥିବା ଜମି ନିକଟରେ ଥିବା ୨୪୧ ପ୍ଲଟର ୪୯ ଡେସିମିଲ ଓ ଅନ୍ୟ ଏକ ପାଖ ପ୍ଲଟ ୫୧୧ ଜମିରୁ ୨୪ ଡେସିମିଲ ଚିହ୍ନଟ କରାଯାଇଥିଲା। ପରେ ଏହି ଜମିରେ ଲେଆଉଟ କରାଯାଇ ଗୃହ ନିର୍ମାଣ ପାଇଁ ପ୍ରସ୍ତୁତି ନିଆଯାଇଛି। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଆଖିଆଗରେ ରଖି ପୁଲିସ ଫୋର୍ସ ମୁତୟନ କରାଯାଇଥିବା ସହିତ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ। ଏଥି ସହିତ ଦମକଳ କେନ୍ଦ୍ରର କର୍ମଚାରୀ ଓ ତହସିଲ ସୁପର ଭାଇଜର, ରାଜସ୍ୱନିରୀକ୍ଷକ, ଅମିନଙ୍କ ସହିତ ପୂର୍ବତନ ସରପଞ୍ଚ ସୁରେନ୍ଦ୍ର କୁମାର ନାୟକ, ବାସୁଦେବପୁର ବିଧାୟକ ପ୍ରତିନିଧି ବାପୁଜୀ ନାୟକ, ଗଣେଶ ନାୟକ, କୈଳାସ ରାଉଳ, ପ୍ରବୀର ନାୟକ, ଛନ୍ଦାଚରଣ ନାୟକ, ଉମାକାନ୍ତ ସେଠୀ, ପ୍ରଦୀପ ଦାସ, ସୌମ୍ୟରଂଜନ ପରିଡ଼ା, ନିତ୍ୟାନନ୍ଦ ବେହେରା, ଧାମନଗର ବିଧାୟକ ପ୍ରତିନିଧି ଦେବେନ୍ଦ୍ର ପୁହାଣ ସମିତିସଭ୍ୟ ଶୁକଦେବ ମଳିକ, ପ୍ରତାପ ଜେନା, ଦେବବ୍ରତ ପାଢ଼ୀ, ଅଜୟ ମହାପାତ୍ର, ଉତ୍ତମ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଜମି ଚିହ୍ନଟ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.