Home ଜିଲ୍ଲା ପରିକ୍ରମା ବୃନ୍ଦାବନ କଳାକେନ୍ଦ୍ରର ଅଗ୍ନି ବିପନ୍ନଙ୍କୁ ସହାୟତା

ବୃନ୍ଦାବନ କଳାକେନ୍ଦ୍ରର ଅଗ୍ନି ବିପନ୍ନଙ୍କୁ ସହାୟତା

41

ଭଦ୍ରକ, ୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ର ବୃନ୍ଦାବନ କଳାକେନ୍ଦ୍ର ଆଗ୍ନିକ ଦୁର୍ଘଟଣାରେ ସର୍ବସ୍ୱାନ୍ତ ହୋଇଥିବା ପରିବାରଙ୍କୁ ଯଥାସାଧ୍ୟ ଆର୍ଥିକ ସହାୟତା ଯୋଗାଇ ଅଛି। ଗତ ଦୁଇ ଦିନ ତଳେ ଭଦ୍ରକ ଜିଲ୍ଲାର ବାଲିମେଦ ଗ୍ରାମରେ ଏକ ଭୟଙ୍କର ଅଗ୍ନି ଜନିତ ଦୁର୍ଘଟଣା ରେ ପ୍ରାୟ ଦଶଟି ପରିବାର ସର୍ବସ୍ୱାନ୍ତ ହୋଇଯାଇଥିବା ବେଳେ ଜିଲ୍ଲାର ଅନ୍ୟତମ ପ୍ରତିଷ୍ଠାନ ବୃନ୍ଦାବନ କଳାକେନ୍ଦ୍ର ତରଫରୁ ଆଜି ଉକ୍ତ ପରିବାର ମାନଙ୍କୁ କିଛି ପରିମାଣରେ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଅଛି। କଳାକେନ୍ଦ୍ରର ନିର୍ଦ୍ଦେଶକ ସୌରେଶ ଚନ୍ଦ୍ର ମହାନ୍ତି ଙ୍କ ପ୍ରଚେଷ୍ଟାରେ କଳାକେନ୍ଦ୍ରର କିଛି ସଦସ୍ୟ ଅଧ୍ୟାପକ ନିରଞ୍ଜନ ସାମଲ, ପ୍ରଦୀପ ବେହେରା, ଶ୍ରୀକାନ୍ତ ମହାଳିକ, ବାବୁନୁ ଜେନା ଓ ସନ୍ତୋଷ କୁମାର ବେହେରା ପ୍ରମୁଖ ଦୁଃରାବସ୍ଥା ରେ ଥିବା ପରିବାର ଲୋକମାନଙ୍କ ନିକଟରେ ପହଂଚି ସେମାନଙ୍କର ଅଭାବ ଅସୁବିଧା ବିଷୟରେ ବୁଝିବା ସହ କଳାକେନ୍ଦ୍ର ତରଫରୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ପରବର୍ତି ସମୟରେ ସେମାନଙ୍କର ଦୁର୍ଦ୍ଦଶା ବିଷୟରେ ଉପର ମହଲକୁ ଜଣାଇବା ସହ ଅଧିକ ଆର୍ଥିକ ସହାୟତା ପାଇଁ ଚେଷ୍ଟା କରିବାକୁ ଆଶ୍ୱାସନା ଦେବା ସହିତ ଦୁର୍ଦ୍ଦଶାଗ୍ରସ୍ତ ପରିବାରର ମାନସିକ ଶକ୍ତିର ଅବିଭୃଦ୍ଧି ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.