Home ଜିଲ୍ଲା ପରିକ୍ରମା କିଡ୍‌ନୀ ଜନିତ ରୋଗରେ ପୀଡ଼ିତ ଯୁବକଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

କିଡ୍‌ନୀ ଜନିତ ରୋଗରେ ପୀଡ଼ିତ ଯୁବକଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

77

ଭଦ୍ରକ, ୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଫତେପୁର ପଞ୍ଚାୟତ ଅଧୀନ ଗୋଳାପୋଖରୀ ଗ୍ରାମର ଇତିକାନ୍ତ ବେହେରା (୨୭) ନାମକ ଜଣେ ଯୁବକ କିଡ୍‌ନୀ ରୋଗରେ ପିଡ଼ିତ ହୋଇଛନ୍ତି। ସେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ଚିକିତ୍ସା ପାଇଁ ଅର୍ଥ ପାଇ ପାରୁନାହାନ୍ତି। ତାଙ୍କ ରୋଜଗରକ୍ଷମ ବାପା ଅଳ୍ପଦିନ ତଳେ ମୃତ୍ୟୁବରଣ କରିଛନ୍ତି। ପରିବାର ପ୍ରତିପୋଷଣ ପାଇଁ ଅର୍ଥ ଅଭାବ ଥିବା ବେଳେ ଇତିକାନ୍ତଙ୍କ ଚିକିତ୍ସା ପାଇଁ ଅର୍ଥ ମିଳିବା କଷ୍ଟସାଧ୍ୟ ହୋଇ ପଡ଼ିଛି। ଯେଉଁଥିପାଇଁ ସେ ଉଚିତ୍ ଚିକିତ୍ସା ପାଇବାରୁ ବଂଚିତ ହୋଇଛନ୍ତି। ସେ ଦୀର୍ଘଦିନ ହେବ ବାହାରେ ରହୁଥିଲେ। କିଛିଦିନ ତଳେ ତାଙ୍କର ଆଖିକୁ ନଦିଶିବାରୁ ସେ ପରୀକ୍ଷା ନିରୀକ୍ଷା କରାଇଥିଲେ। ପରୀକ୍ଷା ନିରୀକ୍ଷା ପରେ ସେ କିଡ୍‌ନୀ ରୋଗରେ ଆକ୍ରାନ୍ତ ବୋଲି ଜଣା ପଡ଼ିଥିଲା। ତେବେ ଚିକିତ୍ସା ପାଇଁ ବହୁ ଅର୍ଥର ଆବଶ୍ୟକ ଥିବାରୁ କୌଣସି ସହୃଦୟ ବ୍ୟକ୍ତି, ସ୍ୱେଚ୍ଛାସେବୀ ସଂଗଠନ, ସମାଜସେବୀମାନେ ରୋଗର ଚିକିତ୍ସା ପାଇଁ ଅର୍ଥ ଦାନ କଲେ ଯୁବକ ଜଣକ ଆରୋଗ୍ୟ ହୋଇପାରିବେ। କିଡ୍‌ନୀ ପିଡ଼ିତ ଇତିକାନ୍ତଙ୍କୁ ସହାୟତ ଦେବା ପାଇଁ ତାଙ୍କର ଷ୍ଟେଟ ବ୍ୟାଙ୍କ ଆକାଉଣ୍ଟ ନଂ ୩୭୮୫୪୮୮୭୭୧୨, ଆଇଏଫଏସସି କୋଡ଼ ନଂ ଏସବିଆଏନ ୦୦୧୨୦୬୩ରେ ପ୍ରଦାନ କରିପାରିବେ ବୋଲି ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.