Home ଜିଲ୍ଲା ପରିକ୍ରମା ଗୋରୁଗାଡି ଜବତ କଲେ ଟୋଲଗେଟ କର୍ମଚାରୀ

ଗୋରୁଗାଡି ଜବତ କଲେ ଟୋଲଗେଟ କର୍ମଚାରୀ

36

ଭଦ୍ରକ, ୨୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ନେଉଳିଆ ଟୋଲଗେଟରୁ ବେଆଇନ ଗୋରୁଗାଡିକୁ ଟୋଲଗେଟ କର୍ମଚାରୀମାନେ ଆଜି ଜବତ କରିଥିବା ଜଣାଯାଇଛି । ଅପରାହ୍ନ ୩.୩୦ ମି ସମୟରେ କଟକ ଆଡୁ ଆସୁଥିବା ଓଡି ୦୧ ଏ କ୍ୟୁ ୯୪୯୪ ନଂ ପିକଅପ ଭ୍ୟାନ ଓଭରଲୋଡ ଥିôବାରୁ ଗେଟ କର୍ମଚାରୀମାନେ ତନଖି କରିଥିଲେ । ଗାଡି ଉପରେ ଥର୍ମୋକୁଲ ଲୋଡ ଥିôବା ଦର୍ଶାଇ ଚାଳକ ଛାଡିଦେବାକୁ ଅନୁରୋଧ କରିଥିଲା । ଏଥିରେ ସନ୍ଦେହ ପ୍ରକାଶ କରି କର୍ମଚାରୀମାନେ ଥର୍ମୋକୁଲ ଚାଦର ତଳେ ଅତି ଦୟନୀୟ ଭାବେ ନ୍ଧା ହୋଇ ଚାଲାଣ ହେଉଥିବା ୧୨ ଟି ଗୋରୁ ଥିବା ଦେଖି ପୁଲିସକୁ ଖବର ଦେଇଥିଲେ । ଭଣ୍ଡାରିପୋଖରୀ ପୁଲିସ ଘଟଣା ସ୍ଥଳରେ ପହଞ୍ôଚ ଯାନକୁ ଜବତ କରିବା ସହ ଚାଳକକୁ ଗିରଫ କରିଥିବା ଜଣାଯାଇଛି । ଗୋରୁଗୁଡିକୁ ମଇତାପୁର ଗୋଶାଳାରେ ଛଡାଯାଇଛି । ଟୋଲଗେଟ ଦେଇ ପ୍ରତିଦିନ ୨୦ ରୁ ୩୦ ବେଆଇନ ଗୋରୁ ବୋଝେଇ ଗାଡି ଅତିକ୍ରମ କରିôତବା ଜଣାଯାଇଛି । ପ୍ରତ୍ୟେକ ଗାଡିକୁ ଗୋ ଚାଲାଣକାରୀଙ୍କ ମାରଣାସ୍ତ୍ରଧାରୀ ସୁରକ୍ଷାକାରୀ ବାଟକଢାଇ ନେଉଥିବା ନିତିଦିନିଆ କଥା । ଏଥିପାଇଁ ରାଜପଥ ପାଶ୍ୱର୍ ଥାନାଗୁଡିକ ସହ ପୂର୍ବରୁ ଧାର୍ଯ୍ୟ ବଟି ଆଧାରରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା କାହାରିକୁ ଅଛପା ନାହିଁ । ଫଳରେ ଗୋରୁ ବେପାରରୁ ବେପାରୀଙ୍କ ସହ ଖାକିବାବୁମାନେ ବେଶ ଲାଭବାନ ହେଉଥବବାରୁ ଏହି କାରବାର ର୍ନିଦ୍ୱନ୍ଦରେ ଚାଲିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.