Home Top News ଗୋପ ବଜାରରେ ଗ୍ୟାସ ଟାଙ୍କି ଫାଟି ୩ଟି ଦୋକାନ ଭସ୍ମୀଭୁତ ଅଳ୍ପକେ ବର୍ତ୍ତିଲେ ଦୋକାନୀ

ଗୋପ ବଜାରରେ ଗ୍ୟାସ ଟାଙ୍କି ଫାଟି ୩ଟି ଦୋକାନ ଭସ୍ମୀଭୁତ ଅଳ୍ପକେ ବର୍ତ୍ତିଲେ ଦୋକାନୀ

31

ପୁରୀ ୧-୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଗୋପ ବଜାରରେ ଭୟାନକ ଅଗ୍ନିକାଣ୍ଡ। ଗ୍ୟାସ ଟାଙ୍କି ଫାଟି ୩ ଟି ଦୋକାନ ଜଳିଗଲା ଅଳ୍ପକେ ବର୍ତ୍ତିଲେ ଦୋକାନୀ। ସୂଚନା ଅନୁଯାୟୀ ପୁରୀ ଜିଲ୍ଲା ଗୋପ ବ୍ଳକର ଗୋପ ବଜାରରେ ଜଳଖିଆ ଦୋକାନରେ ଗ୍ୟାସ ଲିକେଜ ଯୋଗୁଁ ଟାଙ୍କିରେ ଅଗ୍ନିକାଣ୍ଡ ହୋଇଥିଲା। ଅଗ୍ନିକାଣ୍ଡ ଏତେ ଭୟାବହ ଥିଲା ଯେ, ପାଖାପାଖି ୩ଟି ଦୋକାନ ଜଳିଯାଇଥିଲା ଖବର ପାଇ ଗୋପ ଅଗ୍ନିଶମ ବିଭାଗ ପହଞ୍ଚି ପ୍ରାୟ ୨ଘଣ୍ଟା ପରେ ନିଆକୁ ଆୟତ୍ତ କରିଥିଲେ। ସେତେବେଳକୁ ତିନୋଟି ଦୋକାନ ପୋଡି ନଷ୍ଟ ହୋଇଯାଇଥିଲା। ଘଟଣା ସମ୍ପର୍କରେ ଗୋପ ପୋଲିସ ପହଞ୍ଚି ତଦନ୍ତ ଚଳାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.