Home ଜିଲ୍ଲା ପରିକ୍ରମା ଗୋପିନାଥପୁର ପଂଚାୟତରେ ଟିକାକରଣ

ଗୋପିନାଥପୁର ପଂଚାୟତରେ ଟିକାକରଣ

52

ଭଦ୍ରକ, ୩୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ସରକାର କରୋନାକୁ ପ୍ରତିହତ କରିବା ପାଇଁ ଟିକାକରଣ ଉପରେ ଗୁରୁତ୍ୱାରୋପ କରୁଛନ୍ତି। ବିଭିନ୍ନ ଯୋଜନା ମାଧ୍ୟମରେ ଟିକାକରଣର ସଫଳ ରୂପାୟନ ପାଇଁ ଚେଷ୍ଟିତ ମଧ୍ୟ ହେଉଛନ୍ତି। ଏହି ପରିପ୍ରେକ୍ଷିରେ ସୋମବାର ବନ୍ତ ବ୍ଲକ ଗୋପିନାଥପୁର ପଂଚାୟତର ପଂଚାୟତ ଗୃହରେ ୪୫ବର୍ଷରୁ ଉର୍ଦ୍ଧ୍ୱ ୨୦୦ ଜଣଙ୍କୁ ଟିକା ପ୍ରଦାନ କରାଯାଇଥିଲା। ଉକ୍ତ ଟୀକାକରଣରେ ସ୍ଥାନୀୟ ସରପଂଚ ଅଶୋକ ଦାସ, ନାଏବ ସରପଂଚ ସାଗରିକା ଦାସ, ପଂଚାୟତ ବିଜେଡ଼ି ସଭାପତି ରଂଜନ ଉଦ୍ଗାଦା, ସମାଜସେବୀ ଅଜୟ ମହାନ୍ତି, ଯୁବନେତା ସଂଜୟ ଦାସ, ରୂପକ ଦାସ, ଦିଲ୍ଲିପ ଦାସ, ପ୍ରବୀଣ ଦାସଙ୍କ ସମେତ ସମସ୍ତ ୱାର୍ଡ଼ ସଭ୍ୟସଭ୍ୟା ପ୍ରମୁଖ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.