Home ଜିଲ୍ଲା ପରିକ୍ରମା ଗୋପାଳପୁର ମହାବିଦ୍ୟାଳୟର ଯୁକ୍ତଦୁଇ କଳାର ଫଳ : ଶୀର୍ଷରେ ଛାତ୍ରୀ ସୁନୀତା

ଗୋପାଳପୁର ମହାବିଦ୍ୟାଳୟର ଯୁକ୍ତଦୁଇ କଳାର ଫଳ : ଶୀର୍ଷରେ ଛାତ୍ରୀ ସୁନୀତା

179

ବାହାନଗା,୭ା୯(ଭାରତୀ ଦାସ / ଓଡ଼ିଆ ପୁଅ) ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ମହାବିଦ୍ୟାଳୟର ଯୁକ୍ତ ଦୁଇ କଳାର ଫଳାଫଳ ବାହାରିବା ପରେ ଜଣେ ଛାତ୍ରୀ ସର୍ବାଧିକ ନମ୍ବର ରଖିଥିବାର ଜଣାପଡ଼ିଛି । ସୂଚନା ଅନୁସାରେ ମହାବିଦ୍ୟାଳୟରେ ସର୍ବମୋଟ ୨୩୧ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୯୮ଜଣ ପାଶ କରିଛନ୍ତି । ସେଥିରୁ ପ୍ରଥମ ଶ୍ରେଣୀରେ ୪୯ଜଣ, ଦ୍ୱିତୀୟ ଶ୍ରେଣୀରେ ୬୦ଜଣ , ଓ ତୃତୀୟ ଶ୍ରେଣୀରେ ୮୮ଜଣ ପାଶ୍ କରିଥିବା ବେଳେ ଫେଲ ୩୪ ଜଣ ହୋଇଥିବାର ଜଣାପଡ଼ିଛି । ତେବେ ପାଶ ହାର ୮୫.୭୨ହୋଇଥିବାର ଜଣାପଡ଼ିଛି । ସେଥି ମଧ୍ୟରୁ ଛାତ୍ରୀ ସୁନିତା ଆଚାର୍ଯ୍ୟ ୪୭୩ ସର୍ବାଧିକ ନମ୍ବର ରଖି କଲେଜ ଟପ୍ପର ହୋଇଥିବାର ଜଣାପଡ଼ିଛି । ସେ ତାଳକୁରୁଣିଆ ଗ୍ରାମର ଅଭିଳାସ ଆଚାର୍ଯ୍ୟ ଓ ପ୍ରତିମା ଆଚାର୍ଯ୍ୟଙ୍କର ଏକ ମାତ୍ର କନ୍ୟା ହୋଇଥିବାର ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.