Home ଓଡ଼ିଶା ଗୋପାଳପୁର ପଂଚାୟତରେ ଜାତୀୟ ପତାକାକୁ ଅବମାନନା-ଥାନାରେ ମାମଲା

ଗୋପାଳପୁର ପଂଚାୟତରେ ଜାତୀୟ ପତାକାକୁ ଅବମାନନା-ଥାନାରେ ମାମଲା

81

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୮/୦୮-ଭାରତ ବର୍ଷର ଗଣତାନ୍ତ୍ରୀକ ସରକାର ରେ ଜାତୀୟ ପତାକାକୁ ସମ୍ମାନ ଦେବା ସମସ୍ତଙ୍କର କର୍ତ୍ତବ୍ୟ । କିନ୍ତୁ ୭୪ତମ ସ୍ୱାଧିନତା ଦିବସରେ ଜାତୀୟ ପତାକାକୁ ଅବମାନନା ନିହାତି ଦୁଃଖର ବିଷୟ । ସେହିଭଳି ଏକ ଦୁଃଖଦ ବିଷୟ ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ଥାନା ଗୋପାଳପୁର ଗ୍ରାମ ପଂଚାୟତରେ ।  ୭୪ତମ ସ୍ୱାଧିନତା ଦିବସ ପାଳନ ଅବସରରେ ଗୋପାଳପୁର ଗ୍ରାମ ପଂଚାୟତରେ ଅଗଷ୍ଟ ୧୫ତାରିଖ ଦିନ ପତାକା ଉତ୍ତୋଳନ ହୋଇଥିଲା । ନିୟମ ଅନୁସାରେ ସୁର୍ଯ୍ୟାସ୍ତ ପୁର୍ବରୁ ଜାତୀୟ ପତାକା ଅବତରଣ ହେବାକଥା ।

କିନ୍ତୁ ସଂଧ୍ୟା ୭ ଘଟିକା ପର୍ଯ୍ୟନ୍ତ ଗୋପାଳପୁର ଗ୍ରାମ ପଂଚାୟତରେ ଜାତୀୟ ପତାକାକୁ ଅବତରଣ କରାଯାଇନଥିଲା । ତେଣୁ ଗୋପାଳପୁର ର ଜଣେ ସଚେତନଶୀଳ ଯୁବକ ଅଭିଷେକ ସାମନ୍ତରାୟ ରଣପୁର ଥାନାରେ ଅଭିଯୋଗ କରିଥିଲେ । ତେଣୁ ଅଭିଯୋଗ ପାଇ ରଣପୁର ପୋଲିସ୍ ଗୋପାଳପୁର ଗ୍ରାମ ପଂଚାୟତ ସରପଂଚ ଶରତ ଚନ୍ଦ୍ର ରଥ ଓ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମନମୋହନ ମଲ୍ଲୀକଙ୍କ ନାମରେ ମାମଲା ଋଜୁ କରିଥିବା ଜଣା ପଡିଛି । ଘଟଣାଟି ରଣପୁର ଅଂଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.