Home ଓଡ଼ିଶା ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନକୁ ନିୟମିତ ରାସ୍ତା ନଥିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ:ବିଜେପି

ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନକୁ ନିୟମିତ ରାସ୍ତା ନଥିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ:ବିଜେପି

135

ସୁଆଣ୍ଡୋ ଠାରେ ବିଜେପି ପକ୍ଷରୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମଜୟନ୍ତୀ ପାଳିତ

ଭୁବନେଶ୍ୱର, ତା.୦୯/୧୦ (ଓଡ଼ିଆ ପୁଅ) : ଆଜି ମହାନ ସ୍ୱାଧୀନତା ସଂଗ୍ରାମୀ, କବି, ଲେଖକ, ଏବଂ ଦୈନିକ ଖବରକାଗଜ ସମାଜ ଓ ସତ୍ୟବାଦୀ ପତ୍ରିକାର ପ୍ରତିଷ୍ଠାତା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀ। ଏହି ଅବସରରେ ରାଜ୍ୟ ବିଜେପିର ଏକ ପ୍ରତିନିଧୀ ଦଳ ସାକ୍ଷୀଗୋପାଳ ସ୍ଥିତ ଗୋପବନ୍ଧୁଙ୍କ ଜନ୍ମ ସ୍ଥାନ ସୁଆଣ୍ଡୋ ଗ୍ରାମ ଏବଂ ବକୁଳବନସ୍ଥିତ ସମାଧି ପୀଠରେ ପହଂଚି ଗୋପବନ୍ଧୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବାସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

ବିଜେପି ନେତୃବୃନ୍ଦ ଉତ୍କଳମଣିଙ୍କ ସ୍ମୃତି ଚାରଣ କରିବା ସହ ତାଙ୍କର ତ୍ୟାଗପୂତ ଜୀବନ ସଂର୍ପକରେ ଆଲୋକପାତ କରିଥିଲେ। ଉତ୍କଳମଣି ଗୋପବନ୍ଧୁ ଓଡିଆ ଭାଷା ବିଲୋପ ବିରୁଦ୍ଧରେ ପ୍ରତିବାଦ କରିଥିଲେ। ତାଙ୍କର ଆହ୍ୱାନ ଥିଲା କି, ପ୍ରତ୍ୟେକ ବ୍ୟକ୍ତି ଓ ଜାତିର ପରିଚୟ ହେଉଛି ତାହାର ଭାଷା। ଭାଷା ହିଁ ଜାତିର ପ୍ରାଣ ସ୍ପନ୍ଦନ। ସେହିପରି କଲିକତାରେ ସେ ଉଚ୍ଚ ଶିକ୍ଷା କରୁଥିବା ସମୟରେ ପ୍ରବାସୀ ଓଡିଆଙ୍କ ଦୁଃଖ ଦୁର୍ଦ୍ଦଶାରେ ବ୍ୟଥିତ ହୋଇ ଓଡିଶା ଶ୍ରମିକ ସଂଘ ଏବଂ ସାଂଧ୍ୟ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ତାଙ୍କର ଯୋଗଦାନ ଅତୁଳନୀୟ ଥିଲା। କିନ୍ତୁ ଏବେ ସବୁଠୁ ଦୁଃଖ ଏବଂ ପରିତାପର ବିଷୟ ହେଉଛି କି, ସ୍ୱାଧୀନତାର ୭୨ ବର୍ଷ ପରେ ବି ପଣ୍ଡିତ ଗୋପବନ୍ଧ୍ୁ ଦାସଙ୍କ ଜନ୍ମସ୍ଥାନକୁ ଏକ ନିୟମିତ ରାସ୍ତା ହୋଇପାରିନାହିଁ। ରାଜ୍ୟସରକାର ତୁରନ୍ତ ସୁଆଣ୍ଡୋ ଗ୍ରାମକୁ ସବୁଦିନିଆ ରାସ୍ତାରେ ମୁଖ୍ୟ ରାସ୍ତା ସହ ସଂଯୋଗ କରିବା ଏବଂ ଗୋପବନ୍ଧୁଙ୍କ ଜନସ୍ଥାନକୁ ଉନ୍ନତିକରଣ କରି ପ୍ରଚାର ପ୍ରସାର କରିବା ପାଇଁ କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ସୁରଥ ବିଶ୍ୱାଳ ଦାବି କରିଛନ୍ତି।

ଏହି ଅବସରରେ ପୁରୀ ଜିଲ୍ଲା ସଭାପତି ପ୍ରଭଜଂନ ମହାପାତ୍ର, ବରିଷ୍ଠ ନେତା କୃଷ୍ଣ ଜଗଦେବ, ବିରଂଚି ତ୍ରିପାଠୀ, ଆଶ୍ରିତ ପଟ୍ଟନାୟକ, ଓମ ପ୍ରକାଶ ମିଶ୍ର ଏବଂ ଜୟନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.