Home ଓଡ଼ିଶା ଗୋଡ ଛୋଟା କୁ ଅଣ୍ଟାରେ ବଢୁଛି ଆବୁ ଗୁହାରୀ ଶୁଣୁନାହାଁନ୍ତି ବାବୁ

ଗୋଡ ଛୋଟା କୁ ଅଣ୍ଟାରେ ବଢୁଛି ଆବୁ ଗୁହାରୀ ଶୁଣୁନାହାଁନ୍ତି ବାବୁ

40

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୬/୦୯- ସାରା ରାଜ୍ୟ ରେ ଅସହାୟ ମାନଙ୍କୁ ସୁରକ୍ଷା ଦେବା ପାଇଁ ସରକାର ଆରମ୍ଭ କରିଛନ୍ତି ସାମାଜିକ ସୁରକ୍ଷା ଯୋଜନା । କିନ୍ତୁ ଅନେକ ଯାଗା ରେ କାର୍ଯ୍ୟରତ ସାମାଜିକ ସୁରକ୍ଷା ଅଧିକାରୀ ମାନଙ୍କ ବେଖାତିର୍ ମନୋଭାବ ଯୋଗୁଁ ଅସହାୟ ମାନେ ଗୁହାରୀ କଲେ ମଧ୍ୟ ଅସୁରକ୍ଷିତ ହୋଇ ଯୋଜନା ଠାରୁ ଅନେକ ଦୂର ରେ ନିରାଶ୍ରୟ ଭାବେ ରହି ଯାଉଛନ୍ତି । ସେଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳୁଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ ଚମ୍ପାଗଡ ଗ୍ରାମପଞ୍ଚାୟତ ଶ୍ରୀକୃଷ୍ଣପୁର ଗ୍ରାମରେ । ଗ୍ରାମର ୰ ଇନ୍ଦ୍ରମଣି ତାଡ ଙ୍କ  ଦିଲ୍ଲିପ ତାଡ ପିଲାଦିନ ରୁ  ଭିନ୍ନକ୍ଷମ । ତାଙ୍କ ର ଦୁଇ ଗୋଡ ୭୦ ଭାଗ ଅଚଳ । ତା ସାଙ୍ଗ କୁ ଅଣ୍ଟାରେ  ଗୋଟିଏ ବିରାଟ ଆବୁ ବଢିବାରେ ଲାଗିଛି । ଆବୁ ଟି ଯହୁଁ ଯହୁଁ ବଢୁଛି ଗୋଡ ଦୁଇଟି ତହୁଁ ତହୁଁ ସରୁଆ ହୋଇଯାଉଛି ।

ସେ ରାତ୍ର ରେ ଚିତ୍ ହୋଇ ଶୋଇପାରୁନାହାଁନ୍ତି । ସେ ଜଣେ ଗରୀବ ନିିରାଶ୍ରୟ । ବଢୁଥିବା ଆବୁ ଟି ଅସ୍ତ୍ରୋପଚାର ପାଇଁ ଆର୍ଥିକ ସମ୍ବଳ ନାହିଁ । ରଣପୁର ବ୍ଲକ କୁ ବାରମ୍ବାର ଆସି ସାମାଜିକ ସୁରକ୍ଷା ଅଧିକାରିଣୀ ଙ୍କ ନିକଟରେ ଓ ମଣ୍ଡଳ ଉନ୍ନୟନ ଅଧିକାରୀ ଙ୍କ ନିକଟରେ ଗୁହାରୀ କଲେ ମଧ୍ୟ କେହି ତାଙ୍କ ପ୍ରତି ସଦୟ ହେଉନାହାଁନ୍ତି ବୋଲି ଦିଲ୍ଲିପ ତାଡ ଅଭିଯୋଗ କରିଛନ୍ତି । ନା ମିଳୁଛି ଏକ ୩ ଚକିଆ ସାଇକେଲ ନା ମିଲୂଛି ଅସ୍ତ୍ରୋପଚାର ପାଇଁ ଆର୍ଥିକ ସହାୟତା  ା  ଏ ସର୍ମ୍ପକେ ନୟାଗଡ ଉପ ଜିଲ୍ଲାପାଳ  ଲଗ୍ମଜିତ୍ ରାଉତ ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ମୋପାଖରେ ଏ ଖବର ନଥିଲା । ମୁଁ କହୁଛି ରଣପୁର ସାମାଜିକ ସୁରକ୍ଷା ଅଧିକାରିଣୀ ଙ୍କୁ ସେ ବ୍ଲକ ରୁ ଏକ ୩ ଚକିଆ ସାଇକେଲ ତୁରନ୍ତ ପ୍ରଦାନ କରିବେ  ଓ ଦିଲ୍ଲିପ ତାଡ ନୟାଗଡ ଜିଲ୍ଲା ଚିକିତ୍ସାଳୟ ରେ ତାଙ୍କ ବଢୁଥିବା ଆବୁ ଦେଖାଇ ଅସ୍ତ୍ରୋପଚାର ପାଇଁ ଯାହା ଆର୍ôଥକ ସହାୟତା ଆବଶ୍ୟକ ଜଣାଇଲେ ଜିଲ୍ଲା ପ୍ରଶାସନ ତାହା ଯୋଗାଇ ଦେବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.