Home ଓଡ଼ିଶା ଉଦଘାଟନ ପରେ ବି କାର୍ଯ୍ୟ କରୁନି ଚାନ୍ଦପୁର ଅସ୍କିଜେନ୍ ପ୍ଲାଣ୍ଟ

ଉଦଘାଟନ ପରେ ବି କାର୍ଯ୍ୟ କରୁନି ଚାନ୍ଦପୁର ଅସ୍କିଜେନ୍ ପ୍ଲାଣ୍ଟ

63

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୬/୦୯- ସାରା ଦେଶ ରେ କରୋନା ଦ୍ୱିତୀୟ ଲହର ରେ ଅମ୍ଲଜାନ ବିନା ଶହ ଶହ  କରୋନା ଆକ୍ରାନ୍ତ ମୃତ୍ୟୁ ବରଣ କଲେ । ଯାହାଦ୍ୱାରା  କି ସରକାର ଲକ୍ଷ ଲକ୍ଷ ଟଙ୍କା  ବ୍ୟୟ ବିନିମୟ ରେ ଅମ୍ଲଜାନ ପ୍ଲାଣ୍ଟ ବସାଇଲେ । ନୟାଗଡ ଜିଲ୍ଲା ରେ ୨ ଟି ଅମ୍ଲଜାନ ପ୍ଲାଣ୍ଟ ବସିଲା ।  ଗୋଟିଏ ଚାନ୍ଦପୁର ରେ ଅନ୍ୟଟି ନୟାଗଡ ରେ । ନୟାଗଡ ଠାରେ ବିଧାୟକ ଓ ମନ୍ତ୍ରୀ  ନାଲିଫିତା କାଟି ଉଦଘାଟନ କଲେ । କିନ୍ତୁ କରୋନା ତୃତୀୟ ଲହର ଆସିବାକୁ ବସିଥିବା ବେଳେ ଏ ଯାଏଁ ଚାନ୍ଦପୁର ସାଧାରଣ ଚିକିତ୍ସାଳୟ ରେ ଅମ୍ଲଜାନ ପ୍ଲାଣ୍ଟ  କାର୍ଯ୍ୟକ୍ଷମ ହୋଇପାରି ନାହିଁ । ରଣପୁର ପୁର୍ବତନ ବିଧାୟିକା ତଥା ପୁର୍ବତନ ମନ୍ତ୍ରୀ ସୁରମା ପାଢୀ ସେପ୍ଟେମ୍ବର ୨୫ ତାରିଖ ରାତ୍ରୀ ୮ ଘଟିକା ସମୟରେ ଦଳୀୟ କର୍ମୀ ଙ୍କୁ ନେଇ ଚାନ୍ଦପୁର ଅମ୍ଲଜାନ ପ୍ଲାଣ୍ଟ ପରିଦର୍ଶନ କରିଥିଲେ ।  ଯାହାକୁ ନେଇ ପୁର୍ବତନ ମନ୍ତ୍ରୀ ସୁରମା ପାଢୀ କ୍ଷୋଭ ପ୍ରକାଶ କରିଛନ୍ତି । ସୁରମା ପାଢୀ ଙ୍କ କହିବା ଅନୁଯାଇ ଅମ୍ଲଜାନ ପ୍ଲଣ୍ଟ କାର୍ଯ୍ୟ ଅଧାପନ୍ତରିଆ ବେଳେ ତରବରିଆ ଉଦଘାଟନ କଣ ପାଇଁ । ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟ ୩୦୦ ସଯ୍ୟା ବିଶିଷ୍ଟ ହୋଇଥିବା ବେଳେ ୭୦ ରୁ ୭୫ ଟି ସଯ୍ୟା କୁ ଅମ୍ଲଜାନ ସଂଯୋଗ କନ ପାଇଁ ।

ଚିକିତ୍ସାଳୟ ଟି ଏକ ଉପଖଣ୍ଡିଅ ଚିକିତ୍ସାଳୟ କରାଯାଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହେଉନାହିଁ କାହିଁକି ? ଏ ସର୍ମ୍ପକେ ଚାନ୍ଦପୁର ବସନ୍ତ ମଞ୍ଜରୀ ଚିକିତ୍ସାଳୟ ର ଦାୟିତ୍ୱ ରେ ଥିବା ଡାକ୍ତର ପ୍ରତାପ ଚିନ୍ନାରା ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ଅମ୍ଲଜାନ ପ୍ଲାଣ୍ଟ କାର୍ଯ୍ୟ ଏବେ ବି ସରିନାହିଁ । ଅମ୍ଲଜାନ ପ୍ଲାଣ୍ଟ ଚଲାଇବା ପାଇଁ ବୈଷୟିକ କର୍ମଚାରୀ ନିଯୁକ୍ତି ହୋଇନାହାଁନ୍ତି । କରୋନା ତୃତୀୟ ଲହାର ଆସିବା ଲକ୍ଷ ନେଇ ଅନ୍ୟ ସାଧାରଣ ରୋଗୀ ମାନଙ୍କୁ କେବଳ ବର୍ହିଃ ବିଭାଗ  ରେ ଚିକିତ୍ସା କରାଯାଉଅଛି । ଅନ୍ତଃ ବିଭାଗ ରେ କାହାକୁ ଚିକିତ୍ସା କରାଯାଉ ନାହିଁ  । ଏ ସର୍ମ୍ପକେ ରଣପୁର ବିଧାୟକ ତଥା ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ  ସତ୍ୟ ନାରାୟଣ ପ୍ରଧାନ ଙ୍କୁ  ଯୋଗାଯୋଗ କରିବାରେ କୁହନ୍ତି ମାହାମରୀ ସମୟରେ ଅମ୍ଲଜାନ ପ୍ଲଣ୍ଟ ନିର୍ମାଣକାର୍ଯ୍ୟ ଚାଲିଥିବା ବେଳେ ବିରୋଧି ଙ୍କ ଏଭଳି ଚିକିତ୍ସାଳୟ ପରିଦର୍ଶନ ରାଜନୈତିକ ଉଦେଶ୍ୟ ମୂଳକ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.