Home ଅପରାଧ ଓଡିଶାରୁ ଛତିଶଗଡ଼ ରାଜ୍ୟକୁ ଚାଲାଣ ବେଳେ ତିନି ଗଞ୍ଜେଇ ମାଫିଆ ସହ ମାରୁତି ଭ୍ୟାନ ଜବତ

ଓଡିଶାରୁ ଛତିଶଗଡ଼ ରାଜ୍ୟକୁ ଚାଲାଣ ବେଳେ ତିନି ଗଞ୍ଜେଇ ମାଫିଆ ସହ ମାରୁତି ଭ୍ୟାନ ଜବତ

37

ବଲାଙ୍ଗୀର ୨୬ ସେପ୍ଟେମ୍ବର (ଓଡ଼ିଆ ପୁଅ/ସନ୍ତୋଷ ନାୟକ) : ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ରୁ ଛତିଶଗଡ଼କୁ ଭାୟା ପଦ୍ମପୁର ଦେଇ ଯାଇଥିବା ରାସ୍ତା ଗଞ୍ଜେଇ ମାଫିଆଙ୍କ ପାଇଁ ନିରାପଦ ମାର୍ଗ ପାଲଟିଛି। ପ୍ରତିଦିନ ପୋଲିସ ପକ୍ଷରୁ ନାକା କରି ନିଶା ଦ୍ରବ୍ୟ ଜବତ କରାଯାଉଛି। ଗିରଫ ନିଶା ମାଫିଆ ଜେଲ ଯାଇ ବି ଫେରିବା ପରେ ପୁଣି ସେହି ବ୍ୟବସାୟକୁ ଆପଣେଇ ନେଉଛନ୍ତି।

ଶନିବାର ସେହିଭଳି ନିଶା ଦ୍ରବ୍ୟ ଚାଲାଣ ହେଉଥିବା ସୂଚନା ପାଇ ବରଗଡ଼ ଏସ୍‌ପି ରାହୁଲ ଜୈନଙ୍କ ନିର୍ଦ୍ଦେଶକ୍ରମେ ପଦ୍ମପୁର ଏସ୍‌ଡିପିଓ ବିଭୂତି ଭୂଷଣ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପଦ୍ମପୁର ଥାନାଧିକାରୀ ରାଜେନ୍ଦ୍ର ସିଅଲ ଓ ସହକର୍ମୀ ଝାକରପାଲି ଛକରେ ନାକା କରିଥିଲେ। ଏହି ସମୟରେ ଏକ ମାରୁତି ଭ୍ୟାନ୍‌(ଓଡି ୦୨ଏଡବ୍ଲୁ-୨୯୯୩)କୁ ସନ୍ଦେହରେ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ଉପରେ ଛୁଆଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ନମ୍‌କିନ୍‌ସାମଗ୍ରୀ ତଳେ ଥିବା ୨୯୬ କେଜି ଗଞ୍ଜେଇ ଜବତ କରିଥିଲେ। ଏହା ସହିତ ଭ୍ୟାନ୍‌କୁ ପାଇଲଟିଂ କରୁଥିବା ଏକ ବାଇକ୍‌(ଓଡି ୨୬ବି-୭୯୩୨) ସହ ଭ୍ୟାନ୍‌ଭିତରେ ଆଉ ଏକ ନମ୍ବର ପ୍ଲେଟ୍‌(ସିଜି ୦୪ଏନ୍‌ଜେ-୪୯୭୬), ୩ଟି ମୋବାଇଲ୍‌, ନଗଦ ୬ ଶହ ଟଙ୍କା ଜବତ କରାଯିବା ସହ ୩ ଜଣଙ୍କୁ ଗିରଫ କରାଯାଇଥିଲା। ଗଞ୍ଜେଇ ପାଟଣାଗଡ଼ରୁ ଛତିଶଗଡ଼ ଯାଉଥିବା ଜଣାପଡ଼ିଛି। ଗିରଫ ଅଭିଯୁକ୍ତ ବରଗଡ଼ ଜିଲ୍ଲା ଅତାବିରା ଥାନା ଦୁଲମପୁର ଗ୍ରାମର ମନୋଜ ତାଣ୍ଡି, ଲାଦରପାଲି ଗ୍ରାମର ବିକାଶ ବାଗ ଓ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନଗୁଳର ରାଜେଶ ପାତ୍ର ବୋଲି ପୋଲିସ ସୂଚନା ଦେଇଛି। ସେମାନଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହୋଇ ହୋଇଥିବାରୁ ଜେଲ ରେ ବିଚାରଧୀନ ବନ୍ଦୀ ଭାବେ ରହିଛନ୍ତି ବୋଲି ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.