Home ଜିଲ୍ଲା ପରିକ୍ରମା ଗୋଚର ଜମିରେ ପୋଖରୀ ଖୋଳାକୁ ସଂପୋଇ ଗ୍ରାମବାସୀଙ୍କ ବିରୋଧ

ଗୋଚର ଜମିରେ ପୋଖରୀ ଖୋଳାକୁ ସଂପୋଇ ଗ୍ରାମବାସୀଙ୍କ ବିରୋଧ

56

ଭଦ୍ରକ, ୧୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ସଂପୋଇ ଗ୍ରାମର ଗୋଚର ଜମିରେ ଅମୃତ ସରୋବର ଖନନକୁ ଗ୍ରାମବାସୀମାନେ ବିରୋଧ କରିବା ସହ ଅଭିଯୋଗ କରିଛନ୍ତି । ୨୦୨୨-୨୩ ଆର୍ଥୀକ ବର୍ଷରେ ମନରେଗା ଓ ଏସ.ଏଫ.ସି.ର ମିଳିତ ଯୋଜନାରେ ମୋଟ ୧୧ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟ ଅଟକଳରେ ଏହି ପ୍ରକଳ୍ପ ଅନୁମୋଦିତ ହୋଇଛି । ମାତ୍ର ସଂପୋଇ ରାଜସ୍ୱ ମୌଜାର ୨୭୦ ନଂ ଖାତା ଓ ୩୦୧ ଖସଡାରେ ଥିବା ୨.୬୯ ଏକର ଗୋଚର ଜମିରେ ଏହି ପ୍ରକଳ୍ପ ନିର୍ମାଣ ହେବାକୁ ଯାଉଛି । ପୂର୍ବରୁ ଏହା ନିକଟରେ ୨ଏକର ବିଶିଷ୍ଟ ୨ଟି ପୋଖରୀ ରହିଛି । ପୋଖରୀ ଖନନ ପାଇଁ ଗ୍ରାମରେ ବହୁ ଉପଯୁକ୍ତ ଜମି ରହିଛି । ଗ୍ରାମରେ ଗୋଚର ଜମି କ୍ରମେ ବିଲୁପ୍ତ ହେବାକୁ ଯାଉଥିବା ବେଳେ ମନମୁଖି ଭାବେ ପଞ୍ଚାୟତ ପକ୍ଷରୁ ବେଆଇନ ଭାବେ କାର୍ଯ୍ୟ ଆରମ୍ଭ କରାଯାଉଛି । ଗ୍ରାମର ଦିଲ୍ଲିପ ସାହୁ ପ୍ରମୁଖ ଜିଲ୍ଲାପାଳଙ୍କ ସମେତ ବିଭାଗୀୟ ପ୍ରମୁଖ ସଚିବଙ୍କ ନିକଟରେ ଏ ସମ୍ପର୍କୀୟ ଅଭିଯୋଗ କରିଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.