Home ଜିଲ୍ଲା ପରିକ୍ରମା ଚିକିତ୍ସା ପାଇଁ ବାଧକ ସାଜିଛି ଅର୍ଥ, ଏମସ୍‌ର ଅସହଯୋଗ ପାଇଁ ଚିକିତ୍ସା ପାଇପାରିଲାନି ଅଭିଜିତ୍‌

ଚିକିତ୍ସା ପାଇଁ ବାଧକ ସାଜିଛି ଅର୍ଥ, ଏମସ୍‌ର ଅସହଯୋଗ ପାଇଁ ଚିକିତ୍ସା ପାଇପାରିଲାନି ଅଭିଜିତ୍‌

64

ଭଦ୍ରକ, ୧୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାର ଗରିବ ମାନଙ୍କ ପାଇଁ ସମସ୍ତ ପ୍ରକାର ମାଗଣା ଚିକିତ୍ସା ଯୋଗାଇ ଦେଉଥିବା ବେଳେ ଭଦ୍ରକ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏଥିରେ ପୁରା ଫେଲ ମାରିଛି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ନରେନ୍ଦ୍ର ପୁର ଗ୍ରାମରେ । ଗ୍ରାମର ଅଭୟ ମାଝୀଙ୍କ ପୁଅ ଅଭିଜିତ ମାଝୀ (୧୧)ଆଜକୁ ୨ବର୍ଷରୁ ଅଧିକ ହେବ ବାମହାତ ଅସ୍ୱାଭାବିକ ଭାବେ ଫୁଲିବାରେ ଲାଗିଛି । ଅଭିଜିତର ବାପା ଜଣେ ଦିନ ମଜୁରିଆ ହୋଇଥିବାରୁ ଘରେ ଯାହାକିଛି ଥିଲା ସବୁ ବିକିଭାଙ୍ଗି ପୁଅର ଚିକିତ୍ସାରେ ଲଗାଇ ସାରିଲେଣି । ଏମିତିକି ଏହି ପରିବାରଟି ଓଳିଏ ଖାଇଲେ ଆରଓଳି ଉପାସ ରହିବାକୁ ପଡୁଛି । ହେଲେ ଦୁଃଖର ବିଷୟ ଏବିଷୟରେ ସମସ୍ତ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ମାନଙ୍କୁ ଅବଗତ କରିବା ସହିତ ଗତ ଡିସେମ୍ବର୨୮ ତାରିଖରେ ଟୁଇଟ୍ କରିଥିଲେ । ପରେ ଭଦ୍ରକ ଏବଂ ତିହିଡି ସ୍ୱାସ୍ଥ୍ୟ ବିଭାଗ ଅଭିଜିତର ଘରେ ପହଞ୍ଚି ଥିଲେ ସମ୍ପୂର୍ଣ୍ଣ ଚିକିତ୍ସା ମାଗଣାରେ ଯୋଗାଇ ଦେବା ସହିତ ଏମସ୍ ମେଡିକାଲକୁ ସ୍ଥାନାନ୍ତର କରିଥିଲେ । ହେଲେ ସେଠାରେ ଚିକିତ୍ସା ନମିଳିବାରୁ ନିରୁପାୟ ହୋଇ ଘରକୁ ଫେରିଥିବା ଦେଖିବାକୁ ମିଳିଛି । ଭଦ୍ରକ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପ୍ରତିଶ୍ରୁତି କେବଳ କାଗଜ କଲମରେ ସୀମିତ ରହି ଅଭିଜିତ କୁ ହଇରାଣ କରୁଥିବା ଅଭିଯୋଗ ହେଉଛି । ଅଭିଜିତ ଏବଂ ତାଙ୍କ ମା’ଙ୍କୁ ଏମସ୍ ହସପିଟାଲ ଯିବାପାଇଁ ସ୍ୱାସ୍ଥ୍ୟ ବିଭାଗ ତରଫରୁ କୁହାଗଲା ହେଲେ ସେଠି ପହଞ୍ଚି ଡ଼ାକ୍ତର ମାନଙ୍କୁ ସେମାନେ ପଚାରିବାରୁ ଚାରିମାସ ପରେ ତୁମର ଚିକିତ୍ସା କରାଯିବ ଓ ଏମ୍‌ଆରଆଇ ଏବେ କରି ହେବନାହିଁ ବୋଲି ମଧ୍ୟ କହିଥିଲେ । ଶେଷରେ ନିରୁପାୟ ମା’ କାନ୍ଦି କାନ୍ଦି ପୁଅ ଅଭିଜିତକୁ ଧରି ଘରୁ ଫେରିଥିବା ଜଣାଯାଇଛି । ତେବେ ଏହି ସମ୍ବେଦନଶୀଳ ଘଟଣାର ତଦନ୍ତ କରାଯିବା ସହ ଅଭିଜିତ୍‌ର ଚିକିତ୍ସା ପାଇଁ ପ୍ରଶାସନ ପଦକ୍ଷେପ ନେବାକୁ ସାଧାରଣରେ ଦାବି କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.