Home କୋରାପୁଟ ଗୋଇପଦର ଗ୍ରାମରେ ଅଭାବନୀୟ ଘଟଣା ,ପୋଖରୀରେ ବୁଡି ଦୁଇ  ଶିଶୁ କନ୍ୟାଙ୍କ ମୃତ୍ୟୁ

ଗୋଇପଦର ଗ୍ରାମରେ ଅଭାବନୀୟ ଘଟଣା ,ପୋଖରୀରେ ବୁଡି ଦୁଇ  ଶିଶୁ କନ୍ୟାଙ୍କ ମୃତ୍ୟୁ

82

କୋରାପୁଟ ୦୫-୧୧(ଓଡିଆ ପୁଅ /ରଂଜନ ଦାସ) ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ମାଠପୋଡା ପଂଚାୟତର ଗୋଇପଦର ଗ୍ରାମରେ ଅଭାବନୀୟ ଘଟଣା ଘଟିଛି ।ପୋଖରୀରେ ବୁଡି ଦୁଇ ଶିଶୁ କନ୍ୟାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି  ା  ସୁଚନା ଅନୁଯାୟୀ ଗୋଇପଦର ଗ୍ରାମର କେଶବ ଖିଲଙ୍କ ୫ ବର୍ଷିଆ ଶିଶୁ କନ୍ୟା ନନ୍ଦିନୀ ଖିଲ ଓ ଲକ୍ଷ୍ମଣ ଗୋଲରୀଙ୍କ  ଚାରୀ ବର୍ଷିଆ ଶିଶୁ କନ୍ୟା ମଙ୍ଗଳଦେଇ ଗୋଲରୀ  ପ୍ରତିଦିନ ଭଳି ନିଜ  ଗାଁ ନିକଟରେ ଥିବା ପୋଖରୀରେ ଗାଧୋଇବାକୁ ଯାଇଥିଲେ ।ଗତକାଲିର ଭୀଷଣ ବର୍ଷା  ଯୋଗୁଁ ଗଭୀର ପୋଖରୀରେ ଦୁଇ ଶିଶୁ କନ୍ୟା ବୁଡି ଯାଇଥିଲେ ।ଖବର ପାଇ ବୈପାରୀଗୁଡା ଅଗ୍ନିଶମ ବିଭାଗ କର୍ମାଚାରୀ ଘଟଣାସ୍ଥଳକୁ ଯାଇ ଦୁଇ ଶିଶୁ କନ୍ୟାକୁ ଉଦ୍ଧାର କରିଥିଲେ ବୋଲି ଜଣାପଡିଛି ।ଦୁଇ ଶିଶୁ କନ୍ୟାଙ୍କ ମୃତ୍ୟୁରେ ଗ୍ରାମରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.