Home ଜିଲ୍ଲା ପରିକ୍ରମା ଗୁଣାତ୍ମକ ଶିକ୍ଷାର ବିକାଶ ଦିଗରେ ଆଦାନୀ ଡିଏଭି ପବ୍ଲିକ ସ୍କୁଲରେ ‘ଆଶାୟେଁ’ ଆୟୋଜିତ ୭୦ ରୁ...

ଗୁଣାତ୍ମକ ଶିକ୍ଷାର ବିକାଶ ଦିଗରେ ଆଦାନୀ ଡିଏଭି ପବ୍ଲିକ ସ୍କୁଲରେ ‘ଆଶାୟେଁ’ ଆୟୋଜିତ ୭୦ ରୁ ଊର୍ଦ୍ଧ୍ୱ ପ୍ରକଳ୍ପ ପ୍ରଦର୍ଶିତ

129

ଭଦ୍ରକ, ୨୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗୁଣାତ୍ମକ ଶିକ୍ଷାର ପ୍ରସାର ସହିତ ସୃଜନଶୀଳତାର ବୃଦ୍ଧି ନିମନ୍ତେ ଆଦାନୀ ଡିଏଭି ପବ୍ଲିକ ସ୍କୁଲରେ ବାର୍ଷିକ ପ୍ରଦର୍ଶନୀ ‘ଆଶାୟେଁ’ ନଭେମ୍ବର ୧୯ ତାରିଖରେ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କୁଆମରା କ୍ଲଷ୍ଟରର ସିଆର୍ସିସି ଗୋରାଚାନ୍ଦ ମାଝୀ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହ ପ୍ରଦର୍ଶନୀ ଉଦ୍ଘାଟନ କରିଥିଲେ। ପରେ ପରେ ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିବା ବିଭିନ୍ନ ପ୍ରକଳ୍ପଗୁଡ଼ିକୁ ଅତିଥିମାନେ ବୁଲିବା ସହ ପ୍ରଦର୍ଶିତ ପ୍ରକଳ୍ପ ଗୁଡ଼ିକ ବିଷୟରେ ପଚାରି ବୁଝିଥିଲେ। ଅତିଥିମାନେ ଛାତ୍ରଛାତ୍ରୀମାନଙ୍କ ସୃଜନଶୀଳ ଓ କଳାତ୍ମକ ତଥା ଗବେଷଣାତ୍ମକ ଚିନ୍ତାଧାରାର ଭୂୟସୀ ପ୍ରଂଶସା କରିଥିଲେ। ଏହି ପ୍ରଦର୍ଶନୀରେ ଗଣିତ ବିଭାଗର ୨୧ଟି, ବିଜ୍ଞାନ ବିଭାଗର ୨୪ଟି, ଭାଷା ବିଭାଗର ୪୪ ଟି, ଚିତ୍ରକଳା ବିଭାଗର ୧୦ଟି, କ୍ରୀଡ଼ା ବିଭାଗର ୮ଟି ଓ କମ୍ପୁ୍ୟଟର ବିଭାଗର ୭ଟି ପ୍ରକଳ୍ପ ସ୍ଥାନ ପାଇଥିଲା। ସ୍ଥାନୀୟ କୁଆମରା, ବଇଁଚା, କରଣପଲ୍ଲୀ ଆଦି ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ, ଅଭିଭାବକ ଏହି ପ୍ରଦର୍ଶନୀଟିକୁ ବୁଲି ଦେଖିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଆଦାନୀ ତରଫରୁ ଅମିତାଭ ବୋଷ, ରଞ୍ଜନ ସାହୁ ଓ ସତ୍ୟରଞ୍ଜନ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମଟିକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସୁଚାରୂୂରୂପେ ପରିଚାଳନା କରିଥିଲେ। ପରିଶେଷରେ ବିଦ୍ୟାଳୟ ଅଧ୍ୟକ୍ଷା କୃଷ୍ଣପ୍ରିୟା ଷଡଙ୍ଗୀ ସାଧୁବାଦ ଜଣାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.